Uncategorized

ଦଳିତଙ୍କୁ କାନ୍ଧରେ ବସାଇଲେ ମନ୍ଦିର ପୂଜକ

(ଖମାମ): ତେଲେଙ୍ଗାନାର ଖମାମ ଠାରେ ଥିବା ଲକ୍ଷ୍ନୀ ରଙ୍ଗନାଥ ସ୍ୱାମୀ ମନ୍ଦିରରେ ମୁନିବାହନ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବର ପ୍ରଥମ ଦିନରେ ନଦସ୍ୱରମ ଓ କୋଲଟ୍ଟମ ଠାରେ ମହିଳାମାନେ ଯୋଗ ଦେଇଥିଲେ । ଏହି ଅବସରରେ ଭଦ୍ରଚଲ୍ଲମ ନୃସିଂହ ମନ୍ଦିରର ପୂଜକ ଜଣେ ଦଳିତଙ୍କୁ କାନ୍ଧରେ ବସାଇଥିଲେ । ଚିଲକୁର ବାଲାଜୀ ମନ୍ଦିରର ମୁଖ୍ୟ ପୂଜକ ସିଏସ ରଙ୍ଗରାଜନ ଏହି ଉତ୍ସବର ପରିଚାଳନା ସହ ସମସ୍ତ ଗୁରୁ ଦାୟିତ୍ୱର ପାଳନ କରିଥିଲେ । ସଂପ୍ରତି ଧର୍ମ ଓ ଜାତିକୁ ନେଇ ଲୋକଙ୍କ ମଧ୍ୟରେ ଭେଦଭାବ ଦେଖାଦେଉଥିବା ବେଳେ ଜଣେ ମନ୍ଦିର ପୂଜକ ଏକ ଉତ୍ସବରେ ଜଣେ ଦଳିତଙ୍କୁ କାନ୍ଧରେ ବସାଇବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାକି ବୈ÷ଷ୍ଣବ ଧର୍ମର ଅନ୍ୟତମ ପୁରୋଧା ରାମାନୁଜଙ୍କ ଶିକ୍ଷା ଓ ଉପଦେଶର ଉଦାହରଣ ସୃଷ୍ଟି କରିଛି । ରାମାନୁଜ ତାଙ୍କ ସମୟରେ ସମାଜରେ ଜାତି ଭିତ୍ତିରେ ଭେଦଭାଦ ନକରିବାକୁ ତାଙ୍କ ଶିଷ୍ୟମାନଙ୍କୁ ଉପଦେଶ ଦେଉଥିଲେ ।

Related posts

୨୪ ଘଣ୍ଟାରେ ଇଟାଲୀରେ ୨୮ ଜଣଙ୍କ ମୃତ୍ୟୁ

mahabharatanews

ଜର୍ମାନରୁ ଉଠିବ ଲକଡାଉନ: ଅଗଷ୍ଟ ୩୧ ପର୍ଯ୍ୟନ୍ତ ଜନସମାବେଶ ଉପରେ ପ୍ରତିବନ୍ଧକ

mahabharatanews

ହିଜବୁଲ ମୁଜାହିଦ୍ଦିନରୁ ଦରମା ନେଉଥିଲେ ଦେବିନ୍ଦର

mahabharatanews

Leave a Comment