Uncategorized

ମିସାଇଲ ମାଡକୁ ଇରାନ ମାନିଲା

ତେହରାନ: ଇରାନର ନାଗରିକ ଉଡାଣ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି କି ୟୁକ୍ରେନ ବିମାନ ଉପରେ ଦୁଇଟି ମିସାଇଲ ଛଡା ଯାଇଥିଲା । ନାଗରିକ ଉଡାନ କର୍ତ୍ତୃପକ୍ଷଙ୍କ ୱେବସାଇଟରେ ସୋମବାର ରାତିରେ ରାଜି ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଥିଲା କି ଯାଞ୍ଚ ପରେ ଜଣାପଡିଛି, ଦୁଇଟି ଟୋର ଏମ୧ ମିସାଇଲ ବିମାନ ଉପରକୁ ପକା ଯାଇଥିଲା । ଏଥିରେ କୁହାଯାଇଛି, ଆଗକୁ ମଧ୍ୟ ଯାଞ୍ଚ ଜାରି ରହିଛି ।
ସୂଚନାଯୋଗ୍ୟ, ଚଳିତ ମାସ ପ୍ରାରମ୍ଭରେ ଇରାନରେ ୟୁକ୍ରେନ ବିମାନକୁ ମାରି ଖସା ଯାଇଥିଲା । ଯେଉଁଥିରେ ୧୬୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଆମେରିକା ଓ ଇରାନ ମଧ୍ୟରେ ଭିଷଣ ତିକ୍ତା ମଧ୍ୟରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପ୍ରାରମ୍ଭିକ ଅବସ୍ଥାରେ ଇରାନ ନିଜ ହାତ ଥିବାକୁ ସମ୍ପୂର୍ଣ୍ଣର୍ର୍ ମନା କରୁଥିଲା । ପରେ ୟୁକ୍ରେନର ତଥା ଜର୍ମାର୍ନର ଯାଞ୍ଚ ରିପୋର୍ଟ ପ୍ରକାଶ ପାଇବା ପରେ ୟୁକ୍ରେନର ବିମାନ ଦୁର୍ଘଟଣାରେ ତାର ହାତ ଥିବା ସ୍ୱୀକାର କରିଥିଲା ।

Related posts

ସୁସ୍ଥ ହୋଇ ଘରକୁ ଫେରିଲେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା

mahabharatanews

ମା ମାରିଦେଲା ଦୁଇ ପୁଅଙ୍କୁ

mahabharatanews

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା

mahabharatanews

Leave a Comment