Uncategorized

ଦିଲ୍ଲୀ ହିଂସା: କେନ୍ଦ୍ରକୁ ଟିଏମସି ସାଂସଦଙ୍କ ବିରୋଧ ପ୍ରଦର୍ଶନ

(ନୂଆଦିଲ୍ଲୀ): ଉତ୍ତରପୂର୍ବ ଦିଲ୍ଲୀରେ ଉପୁଜିଥିବା ହିଂସାକୁ ନେଇ ସୋମବାର ସଂସଦ ଭବନରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ସଂସଦରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ନିକଟରେ ଦଳୀୟ ସାଂସଦମାନେ ଆଖିରେ କଳାପଟି ବାନ୍ଧି ପାଟିରେ ଆଙ୍ଗୁଠି ଦେଇ ବିରୋଧ ପ୍ରଦର୍ଶନ କରୁଥିବା ଦେଖାଯାଇଥିଲା । ସଂସଦ ଭବନରେ କେନ୍ଦ୍ର ସରକାରଙ୍କ ପ୍ରତି ଏହା ଦଳର ସାଙ୍କେତିକ ବିରୋଧ ବୋଲି ଟିଏମସି ସାଂସଦ ମହୁଆ ମୌତ୍ରା କହିଛନ୍ତି । ଆମେ ଯାହା କହିବାକୁ ଚାହୁଁଛୁ ତାହା ବର୍ତ୍ତମାନ ଘଟୁଛି ଏବଂ ସରକାରଙ୍କୁ ଏହା ଦେଖାଯାଉନାହିଁ । କାରଣ ଆମ ସରକାର ଓ ପୋଲିସ ଦୃଷ୍ଟିହୀନ ବୋଲି ସେ କହିଛନ୍ତି । ତେବେ ପାଟିରେ ଆଙ୍ଗୁଠି ରଖିବାର ଅର୍ଥ ବୁଝାଇ ସେ କହିଛନ୍ତି, ଉତ୍ତରପୂର୍ବ ଦିଲ୍ଲୀରେ ଏତେବଡ ଘଟଣା ଘଟିଥିବା ବେଳେ ସରକାର ଏପର୍ଯ୍ୟନ୍ତ କେମିତି ଚୁପ୍ ରହିଛନ୍ତି । ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଜରିଆରେ ପ୍ରଧାନମନ୍ତ୍ରୀ ସବୁ ବିଷୟରେ କହୁଥିବା ବେଳେ ଏତେ ବଡ ଘଟଣା ବିଷୟରେ ମୁହଁ ନ ଖୋଲିବା ଲଜ୍ଜାଜନକ ବୋଲି ଟିଏମସି ସାଂସଦ ମୌତ୍ରା କହିଛନ୍ତି । ସୂଚନାଯୋଗ୍ୟ, ଦିଲ୍ଲୀରେ ଉପୁଜିଥିବା ଦଙ୍ଗାରେ ଏପର୍ଯ୍ୟନ୍ତ ୪୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

Related posts

ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ସ୍ପେସ୍ ଷ୍ଟେସନ ପଠାଇବ ନାସା

mahabharatanews

କେପିକେବି କ୍ୟାଣ୍ଟିନରୁ ପ୍ରାୟ ୧୦୦୦ ସାମଗ୍ରୀ ତାଲିକାରୁ ବାଦ ପଡିଲା

mahabharatanews

ତିଥି ଅନୁସାରେ କରନ୍ତୁ ଏହି ଜିନିଷ ଦାନ

mahabharatanews