Uncategorized

ଦେଶର ହିତ ପାଇଁ ଜନତାଙ୍କ ଆକ୍ରୋଶ ସହିବାକୁ ପଡିଥାଏ: ପ୍ରଧାନମନ୍ତ୍ରୀ ମୋଦି

(ନୂଆଦିଲ୍ଲୀ): ଦେଶର ହିତ ପାଇଁ କାମ କରିବାକୁ ହେଲେ ଆକ୍ରୋଶକୁ ସହିବାକୁ ପଡ଼ିବ । ଅନେକ ଲୋକଙ୍କ ଅସନ୍ତୋଷକୁ ସାମ୍ନା କରିବାକୁ ହେବ । ଏହା ବ୍ୟତୀତ ଅନେକ ଅଭିଯୋଗ ମୁଣ୍ଡେଇବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ୧୦୦ ବର୍ଷର ଆସୋସିଏଟେଡ଼ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଅଫ୍ ଇଣ୍ଡିଆ (ଆସୋଚାମ) କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ଏପରି କହିଛନ୍ତି । ଏହି ଅବସରରେ ମୋଦି ଆସୋଚାମ୍ର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ୧୦୦ ବର୍ଷର ଅନୁଭୂତି ବହୁତ ବଡ଼ ପୁଞ୍ଜି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ମୋଦି ଆହୁରି କହିଥିଲେ, ଉଦ୍ୟୋଗ ଜଗତ ଚାହୁଁ ନ ଥିଲା ଦେଶର ଟିକସ ବ୍ୟବସ୍ଥାର ଅଡ଼ୁଆ ସୂତା କମ ହେଉ । ପ୍ରତି ରାଜ୍ୟରେ ଭିନ୍ନ ଭିନ୍ନ ଟିକସରୁ ଲୋକଙ୍କୁ ମୁକ୍ତି ମିଳୁ । ତେଣୁ ଆମେ ଜିଏସଟି ଆଣିଲୁ । ବାଣିଜ୍ୟ ଜଗତରୁ ଯାହା ପ୍ରତିକ୍ରିୟା ମିଳିଲା ଆମେ ତାହାକୁ ଆଧାର କରି ଜିଏସଟିରେ ଆବଶ୍ୟକ ଜିନିଷ ଯୋଡ଼ିଲୁ । ସେଥିରେ ଆବଶ୍ୟକ ପରିବର୍ତ୍ତନ କଲୁ । ଦେଶ ହିତ ପାଇଁ କାମ କରିବାକୁ ଲୋକଙ୍କ ଆକ୍ରୋଶ ସହିବାକୁ ପଡ଼ିଲା ।

ମୋଦୀ ଆହୁରି କହିଥିଲେ ବିଗତ ୫ ବର୍ଷରେ ଦେଶ ନିଜକୁ ଏପରି ମଜଭୁ୍ତ କରିଛି ଯେ ଏଭଳି ଲକ୍ଷ୍ୟ ରଖାଯାଇ ପାରିବ ଏବଂ ତାହାକୁ ହାସଲ ବି କରାଯାଇପାରିବ । ଯେ ପର୍ଯ୍ୟନ୍ତ ପୂରା ଦେଶ ମିଳିମିଶି ଲକ୍ଷ୍ୟ ହାସଲ କରିନାହାନ୍ତି ଲକ୍ଷ୍ୟ ହାସଲ ଲାଗି ନିଜର ଦାୟିତ୍ୱ ସକ୍ର୍ରିୟ ଭାବେ ପାଳନ କରିନାହାନ୍ତି ସେ ପର୍ଯ୍ୟନ୍ତ ତାହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇ ରହିଯାଏ । ୫ ଟ୍ରିଲିୟନ ଡ଼ଲାର ଅର୍ଥନୀତିର ଲକ୍ଷ୍ୟ ବିଷୟରେ ଯେତେବେଳେ ମୁଁ ସାର୍ବଜନିକ ଭାବେ କହିଲି, ସେତେବେଳେ ମୋତେ ଜଣାଥିଲା ଯେ ଲୋକେ କହିବେ ଭାରତ ଏଭଳି କରିପାରିବ ନାହିଁ । ଆମେ ଦେଶରେ ସାମର୍ଥ୍ୟ ରହିଛି । ସେହି ସାମର୍ଥ୍ୟର ଭରସାର ଆଗକୁ ବଢିଲେ ଲକ୍ଷ୍ୟ ହାସଲ ହୋଇପାରିବ । ଆଜି ଦେଶରେ ଯେଉଁ ସରକାର ରହିଛି ତାହା କୃଷକ, ଶ୍ରମିକ, ବ୍ୟବସାୟୀ, ଏବଂ ଉଦ୍ୟୋଗ ଜଗତ କଥା ଶୁଣୁଛି । ସେମାନଙ୍କ ଆବଶ୍ୟକତାକୁ ବୁଝିବାର ଚେଷ୍ଟା ବି କରୁଛି । ସେମାନଙ୍କ ପରାମର୍ଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।

Related posts

ଅନୁପ୍ରବେଶକାରୀଙ୍କ ଠିକଣା ଦେବା ପାଇଁ ଶିବସେନାର ପୋଷ୍ଟର

mahabharatanews

ଆଜି ପୁଣି ଭାରତ-ଚୀନ ସାମରିକ ଅଧିକାରୀସ୍ତରୀୟ ଆଲୋଚନା

mahabharatanews

କୋଭିଡ୍‌-୧୯ ଚିକିତ୍ସାରେ ନିୟୋଜିତ ଡାକ୍ତରଙ୍କ ଦରମା ନ କାଟିବାକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

mahabharatanews