Uncategorized

 ମ୍ୟାଲେସିୟା ପ୍ରଧାନମନ୍ତ୍ରୀଙ୍କୁ ଭାରତର ଜବାବ :ସିଏଏ

ନୂଅ।ଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଅ ।ଇନ(ସିଏଏ)କୁ ନେଇ ମ୍ୟାଲେସିୟା ପ୍ରଧାନମନ୍ତ୍ରୀ ମହାଥ୍ରୀ ମହମ୍ମଦ ଅ ।ପତ୍ତି ଉଠାଇଛନ୍ତି । ସେ କହିଛନ୍ତି, ମୁଁ ଭାରତରେ ଯାହା ସବୁ ଘଟୁଛି ତା’କୁ ଦେଖି ଦୁଃଖିତ । କାରଣ ଭାରତ ନିଜକୁ ସର୍ବଦା ଧର୍ମନିରପେକ୍ଷ ରାଷ୍ଟ୍ର ବୋଲି କହିଥାଏ । ହେଲେ ଏବେ ଭାରତ ସରକାର ସେମାନଙ୍କ ଦେଶରୁ କିଛି ମୁସଲିମଙ୍କୁ ବାହାର କରିବା ପାଇଁ ଉଦ୍ୟମ ଅ ।ରମ୍ଭ କରିଛନ୍ତି ।ଏଭଳି ଏକ ଅ ।ଇନର କ’ଣ ଆବଶ୍ୟକତା ଥିଲା । ଏହି ଅ ।ଇନ ପାଇଁ ଲୋକମାନେ ପ୍ରାଣ ହରାଉଛନ୍ତି । ସମସ୍ତେ ଏକାଠି ଦୀର୍ଘ ୭୦ ବର୍ଷ ହେଲା ରହି ଅ ।ସୁଥିଲେ । ହେଲେ ଏବେ ହଠାତ୍ କ’ଣ ପାଇଁ ଏଭଳି ଏକ ବିଭେଦ ସୃଷ୍ଟି କରିବା ଭଳି ଅ ।ଇନ ଅଣାଗଲା ବୋଲି ମହାଥ୍ରୀ ପ୍ରଶ୍ନ କରିଛନ୍ତି?
ତେବେ ମ୍ୟାଲେସିୟା ପ୍ରଧାନମନ୍ତ୍ରୀଙ୍କ ଏଭଳି ବୟାନକୁ ଭାରତ ସରକାରଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ପ୍ରଧାନମନ୍ତ୍ରୀ ମହମ୍ମଦ ଭୁଲ ତଥ୍ୟ ଦେଉଛନ୍ତି ବୋଲି ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମିଡିଅ । ରିପୋର୍ଟ ଅନୁଯାୟୀ ପୁଣିଥରେ ମ୍ୟାଲେସିୟା ପ୍ରଧାନମନ୍ତ୍ରୀ ମହମ୍ମଦ ଭାରତର ଅ ।ଭ୍ୟନ୍ତରୀଣ ପ୍ରସଙ୍ଗ ଉପରେ ମତ ଦେଇଛନ୍ତି । ସିଏଏ ଧାର୍ମିକ ତାଡ଼ନାର ଶିକାର ହୋଇଥିବା ଅଣ ଭାରତୀୟଙ୍କୁ ଭାରତର ନାଗରିକତା ଦେବ । ଏହି ଅ ।ଇନ ଦ୍ୱାରା ଭାରତରେ ରହୁଥିବା କୌଣସି ନାଗରିକଙ୍କର କିଛି ବି କ୍ଷତି ହେବ ନାହିଁ । ଏହି ଅ ।ଇନ ଦ୍ୱାରା କୌଣସି ଭାରତୀୟଙ୍କୁ ସେମାନଙ୍କ ନାଗରିକତାରୁ ବଞ୍ଚିତ କରାଯିବ ନାହିଁ । ତେଣୁ ମ୍ୟାଲେସିୟା ପ୍ରଧାନମନ୍ତ୍ରୀ ଏସବୁ ବିଷୟରେ ଭଲ ଭାବେ ଅବଗତ ହେବା ଦରକାର ବୋଲି ମନ୍ତ୍ରାଳୟପକ୍ଷରୁ କୁହାଯାଇଛି ।

Related posts

୩୦ହଜାର ସ୍ୱେଚ୍ଛାସେବୀ ପଶ୍ଚିମ ବଙ୍ଗରେ ସିଏଏ ସଚେତନତା କରିବେ

mahabharatanews

କର୍ଣ୍ଣାଟକର ଉପକୂଳ ଜିଲ୍ଲା ପାଇଁ ସତର୍କ ସୂଚନା

mahabharatanews

ଟୀକା କରୋନା ସଂକ୍ରମଣରୁ ୧୦୦% ସୁରକ୍ଷା ଦେବ ନାହିଁ: ବିଶେଷଜ୍ଞ

mahabharatanews

Leave a Comment