Uncategorized

ନିଆଁ ଲାଗି ଭୁଶୁଡିଲା କୋଠା, ୨ ଦମକଳ କର୍ମଚାରୀ ମୃତ

(ଶ୍ରୀନଗର): ଜମ୍ମୁର ତାଲାବ ତିଲ୍ଲୋ ଅଞ୍ଚଳରେ ମଙ୍ଗଳବାର ଏକ ଅଘଟଣ ଘଟିଯାଇଛି । ବିଳମ୍ବିତ ରାତିରେ ଏକ କୋଠାରେ ନିଆଁ ଲାଗିବା ପରେ ଏହାର କାନ୍ଥ ଭୁଷୁଡି ପଡିଛି । ଏଥିରେ ୨ ଦମକଳ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ବ୍ୟକ୍ତିଙ୍କୁ ଆହତ ଅବସ୍ଥ।।ରେ ଉଦ୍ଧାର କରାଯାଇଛି । ମଙ୍ଗଳବାର ରାତି ପ୍ରାୟ ୩ଟାରେ ଏକ ବିଲଡିଂରେ ନିଆଁ ଲାଗିଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଥିଲେ । ସେହି ସମୟରେ ହଠାତ୍ ଏକ କାନ୍ଥ ଭୁଶୁଡି ପଡିବାରୁ ୪ ଜଣ ଦମକଳ କର୍ମଚାରୀ ଓ ୨ ଜଣ ବ୍ୟକ୍ତି ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ସମୟରେ ଭଗ୍ନାବଶେଷ ତଳେ ଫସି ଥିବା ଦମକଳ କର୍ମଚାରୀ ଦ୍ୱୟଙ୍କ ମୃତ୍ୟୁ ହୋଇ ସାରିଥିଲା ବେଳେ ଅନ୍ୟ ଜଣେ ଦମକଳ କର୍ମଚାରୀ ଓ ୨ ବ୍ୟକ୍ତିଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଖବର ଲେଖାଯିବା ବେଳକୁ ଆଉ ଜଣେ କର୍ମଚାରୀ ଭଗ୍ନାବଶେଷ ତଳେ ଫସି ରହିଥିବା ଜଣାପଡିଛି । ସେଥିପାଇଁ ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ର ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Related posts

ୱେବସିରିଜରୁ କରିସ୍ମାଙ୍କ ଡିଜିଟାଲ ଡେବ୍ୟୁ

mahabharatanews

ବୟସ୍କଙ୍କ ତୁଳନାରେ ଛୋଟ ପିଲା କରୋନାକୁ ମାତ ଦେବାରେ ସକ୍ଷମ: ଭାର୍ଗବ

mahabharatanews

ଆସାମ ତୈଳକୂପରେ ବିସ୍ଫୋରଣ: ୩ ବିଶେଷଜ୍ଞ ଗୁରୁତର

mahabharatanews

Leave a Comment