ଓଡିଶା

ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ଓଷ୍ଟାର ବିରୋଧ

ଭୁବନେଶ୍ୱର: ଗୋଟିଏ ସପ୍ତାହ ପରେ ରାଜ୍ୟରେ ଦଶମ ଶ୍ରେଣୀ ପିଲାମାନଙ୍କର ବୋର୍ଡ଼ ପରୀକ୍ଷା ଅନୁଷ୍ଠିତ ହେବ । ପାଖାପାଖି ୫ ଲକ୍ଷ ୪୭ ହଜାର ୬୪୭ ଜଣ ପିଲା ଏହି ପରୀକ୍ଷାରେ ବସିବେ । ଏଥିପାଇଁ ୨୭୬୭ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ପରୀକ୍ଷା କେନ୍ଦ୍ର ଗୁଡିକରେ ସି.ସି.ଟି.ଭି. କ୍ୟାମେରା ଲଗାଇବା ନିଷ୍ପତ୍ତିକୁ ବିରୋଧ କରିଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ।

ଓଷ୍ଟାର ପକ୍ଷରୁ କୁହାଯାଇଛି ଯେ, ପରୀକ୍ଷାରେ ଯଦି କପି ହେଉଥାଏ ତାହାର ପ୍ରକୃତ କାରଣ ନଖୋଜି ରାଜ୍ୟ ସରକାର କେବଳ ସି.ସି. କ୍ୟାମେରା ଲଗାଇବା ପାଇଁ ନିଷ୍ପତ୍ତି କରିବା ବିଡ଼ମ୍ବନା ମାତ୍ର । ଏହି ବ୍ୟବସ୍ଥା ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପରିବର୍ତ୍ତେ ପିଲାମାନଙ୍କ ମନରେ ଅଧିକ ଭୟ ସୃଷ୍ଟି କରିବାକୁ ଯାଉଛି ବୋଲି ଅଭିଜ୍ଞ ଶିକ୍ଷକମାନଙ୍କର ମତକୁ ଆଧାର କରି ଓଷ୍ଟା ପକ୍ଷରୁ ଅଭିଯୋଗ କରାଯାଇଛି । ଅନ୍ୟ ପକ୍ଷରେ ରାଜ୍ୟ ସରକାର ସମସ୍ତ ପରୀକ୍ଷା କେନ୍ଦ୍ରରେ ସି.ସି. ଟିଭି ଲଗାଇବା ପାଇଁ ଘୋଷଣା କରି ବର୍ତ୍ତମାନ କିଛି ପରୀକ୍ଷା କେନ୍ଦ୍ରରେ ସି.ସି. ଟିଭି ଲଗାଇବା ପାଇଁ ଯାଉଛନ୍ତି । ଏହା ଆହୁରି ଏକ ବୈଷମ୍ୟ ସୃଷ୍ଟି କରିବାକୁ ଯାଉଛି ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି । ଅନେକ ସମୟରେ ବୋର୍ଡ଼ କର୍ତ୍ତୃପକ୍ଷ ଓ ସରକାରଙ୍କର ଏକତରଫା ନିଷ୍ପତ୍ତି ରାଜ୍ୟର ପରୀକ୍ଷା ଓ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ ମୁଖକୁ ଟାଣି ନେଉଛି ବୋଲି ସଂଘ କହିଛି । ଆର୍ଥିକ ଦୃଷ୍ଟିକୋଣରୁ ସି.ସି. ଟିଭି ଲଗାଇବାରେ ବୋର୍ଡ଼ ବା ସରକାର ସକ୍ଷମ ହୋଇପାରୁ ନାହାନ୍ତି ତାହାଲେ ଚଳିତ ବର୍ଷ ଏହାକୁ ବନ୍ଦ ରଖି ଆଗାମୀ ଦିନ ପାଇଁ ପ୍ରସ୍ତୁତ ହୁଅନ୍ତୁ ବୋଲି ଓଷ୍ଟା ସରକାରଙ୍କୁ ପରାମର୍ଶ ଦେଇଛି ।

Related posts

ବିଜେପିରେ ମିଶିଲେ ଅରିନ୍ଦମ

mahabharatanews

ଜଙ୍ଗଲ କାଟି ଗ୍ରାମ ବସାଇବା ଅଭିଯୋଗରେ ଗୁଳି କରି ହତ୍ୟା କଲେ ମାଓବାଦୀ

mahabharatanews

ଗୁଡ଼ି ଉଡ଼ାବେଳେ ଟ୍ରେନ ଧକ୍କାରେ ଚାଲିଗଲା ନାବାଳକର ଜୀବନ 

mahabharatanews

Leave a Comment