ଓଡିଶା

ପୁଣି ଚର୍ଚ୍ଚାରେ ଚୌଦ୍ୱାର ଜେଲ, ଜେଲ ଭିତରୁ ବଟି ଆଦାୟ ପରେ ଚାଲିଛି ସେଲଫି

ଚୌଦ୍ୱାର: ପୁଣି ଚୌଦ୍ୱାର ଜେଲର ବନ୍ଦୀ ଜେଲ ଭିତରେ ଥାଇ ସେଲ୍ଫି ଉଠାଉଛନ୍ତି । ଆଉ ସେହି ଫଟୋ ଭାଇରାଲ ହେବା ପରେ ଜେଲ କର୍ତ୍ତୃପକ୍ଷ ଏବେ ଅଡୁଆରେ । ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର୍ ସକିଲ ତାର ୬ ଜଣ ସହକଏଦୀଙ୍କ ସହ ସେଲଫି ଉଠାଇଥିବାବେଳେ ଏହି ଫଟୋ ଏବେ ଭାଇରାଲ ହୋଇଛି । ସକିଲ ଜେଲ୍ ଭିତରେ ଥାଇ ମଧ୍ୟ ବ୍ୟବସାୟୀଙ୍କୁ ବଟି ପାଇଁ ଧମକ ଦେଉଛି । ଯେଉଁଥିପାଇଁ ତା’ର ୨ ପ୍ରେମିକାଙ୍କୁ ପୁଲିସ୍ ଗିରଫ କରିସାରିଛି । କିନ୍ତୁ ଏତେ ସବୁ ହଟଚମଟଚ ପରେ ବି ସକିଲ କିଭଳି ଜେଲର ସେଲ୍ ଭିତରେ ସେଲ୍ଫି ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରୁଛି, ତାହା ଅନେକଙ୍କୁ ଚକିତ କରିଛି । ପୁଲିସ ଓ ଜେଲ୍ କର୍ତ୍ତୃପକ୍ଷଙ୍କୁ ଏହା ସକିଲର ଖୋଲା ·ଲେଞ୍ଜ ବୋଲି କୁହାଯାଉଛି ।

ଚୌଦ୍ୱାର ସର୍କଲ୍ ଜେଲରେ ସକିଲକୁ ଏକୁଟିଆ ରଖାଯାଇଛି । ତା ଉପରେ ଦୁଇ ଜଣ ଗାର୍ଡ ୨୪ ଘଣ୍ଟା ନଜର ରଖିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସକିଲର ଅନ୍ୟ ୬ ଅପରାଧୀଙ୍କ ସହିତ ସେଲ୍ଫି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଚୌଦ୍ୱାର ସର୍କଲ ଜେଲରେ ନିର୍ଦ୍ଦିଷ୍ଟ ଜଣେ ଅଫିସର ଗ୍ୟାଙ୍ଗଷ୍ଟର୍ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ମୋବାଇଲ୍ ଯୋଗାଉଥିବା ସମ୍ପର୍କିତ ଅଭିଯୋଗ ହୋଇ ଆସୁଥିବା ବେଳେ ସକିଲର ସେଲ୍ଫି ଭାଇରାଲ ତାହା ପ୍ରମାଣିତ କରିଛି । ଗଲା ଡିସେମ୍ବର ୧୨ ତାରିଖରେ ଯୋବ୍ରା ନଦୀକୂଳ ସାହିର ଦୁର୍ଦ୍ଦାନ୍ତ ଅପରାଧୀ ହାପି ଓରଫ ବିଶ୍ୱଜିତ ମହାନ୍ତି ଅନ୍ୟ ୫ ଜଣ କଏଦୀଙ୍କ ସହିତ ୱାର୍ଡ ନମ୍ବର ୫ର ଭିତରେ ଓ ବାହାରେ ମଉଜ କରୁଥିବା ଫଟୋ ଭାଇରାଲ୍ ହୋଇଥିଲା ।

Related posts

ଏଣିକି ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କରାଯିବ

mahabharatanews

ରେଳ ଦୁର୍ଘଟଣା ; ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମୃତ୍ୟୁ

mahabharatanews

ମଞ୍ଚରେ ଚାଲିଗଲେ ମାଲେସୀୟ ନୃତ୍ୟଗୁରୁ

mahabharatanews

Leave a Comment