ଓଡିଶା

ଶ୍ରୀ ଶ୍ରୀ ବୃନ୍ଦାବନ ଚନ୍ଦ୍ର ଜୀଉଙ୍କ ରାଧା ମାଧବଜୀଉଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ରସୁଲପୁର ବ୍ଲକ ଅଧୀନ ବାରବାଟୀ ପଂଚାୟତର  ବାରବାଟୀ ଗ୍ରାମରେ  ଶ୍ରୀ ଶ୍ରୀ ବୃନ୍ଦାବନ ଚନ୍ଦ୍ର ଜୀଉଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ତିନି ଧରି ମହା ଆଡମ୍ବରରେ ଅନୁଷ୍ଠିତ ହେଉଛି lଏହି ଉତ୍ସବ ରେ ବ୍ରତଧାରୀମାନେ ପ୍ରାତଃ ୭ଘଟିକା ରେ ବ୍ରାହ୍ମଣୀ ନନ୍ଦୀରୁ ମାଟି କଳସରେ ପାଣିଧରି ଆସି ମନ୍ଦିର ପାଖରେ ପହଂଚିଥିଲେ l ପରେ ପ୍ରଥମେ ସୂର୍ଯ୍ୟ ପୂଜା,ଗୋପୂଜା, ମଣ୍ଡଳ ପୂଜା ଅନୁଷ୍ଠିତ ହୋଇଥିଲା l ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇ ଘୃତ ଆହୁତି ଦିଆ ଯାଇଥିଲା l ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତି ପରେ ଦିଆଯାଇଥିଲା l ଆସନ୍ତାକାଲି ରବିବାର ଦିନ ପୂଜାକାର୍ଯ୍ୟ ସମ୍ପୂର୍ଣ ପରେ ଶ୍ରୀ ଶ୍ରୀ ବୁରନ୍ଦାବନ ଜୀଉ ମନ୍ଦିରକୁ ପ୍ରବେଶ କରିବେ l ରବିବାର ଦିନ ସନ୍ଧ୍ୟା ୮ଘଟିକା ରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ l

ଏହି ଯଜ୍ଞ କାର୍ଯ୍ୟ ରେ କର୍ତ୍ତl ଭାବେ ସୋମନାଥ ଦାସ ଓ କର୍ତ୍ତୀ ଗୋଲାପ ଜଳଧର ଦାସ କର୍ତ୍ତୀ  ଦାୟିତ୍ୱ ନିର୍ବାହ କରିଥିଲେ l ପଣ୍ଡିତ ଶ୍ରୀନିବାସ ପଣ୍ଡା ଓ ସାତଜଣ ବିଦ୍ୱାନ ବ୍ରାହ୍ମଣ ମାନେ ଯଂଜ୍ଞାକାର୍ଯ୍ୟ ସମ୍ପୁର୍ଣ  କରିଥିଲେ l ସନ୍ଧ୍ୟା ୮ଘଟିକା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନଙ୍କ ଦ୍ୱାରା ସଂକୀର୍ତନ ପରିବେଷଣ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ କୁ ଅଶୋକ କୁମାର ନାୟକ, ନରେନ୍ଦ୍ର କୁମାର ସାହୁ, ଚକ୍ରଧର ବେହେରା, ବିଜୟ କୁମାର ନାୟକ, ଚନ୍ଦ୍ରକାନ୍ତ ବେହେରା ଓ ବାରବାଟୀ ଗ୍ରାମର ସମସ୍ତ ଗ୍ରାମବାସୀ  ସହଯୋଗ କରିଥିଲେ l

Related posts

ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ଚାରା ବଣ୍ଟନ 

mahabharatanews

କାଳବୈଶାଖି ତାଣ୍ଡବରେ ବ୍ୟାପକ କ୍ଷୟକ୍ଷତି

mahabharatanews

ବଜେଟରେ ବଡ ଘୋଷଣା: ଭତ୍ତା ହେଲା ୩,୫୦୦

mahabharatanews