ଓଡିଶା

ବଡ଼ ଘୋଷଣା : ପିଏମ୍ ସୂର୍ଯ୍ୟଘର ଯୋଜନାରେ ମିଳିବ ୭୮ ହଜାର ସହାୟତା

ପିଏମ୍ ସୂର୍ଯ୍ୟଘର ଯୋଜନା ସମ୍ପର୍କରେ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି । ପିଏମ୍ ସୂର୍ଯ୍ୟଘର ଯୋଜନାରେ ମିଳିବ ୭୮ ହଜାରର ସହାୟତା । ଆଜି ବିଧାନସଭାର ତୃତୀୟ ଦିନରେ ବିଧାୟକ ଗଣେଶ୍ବର ବେହେରାଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଶକ୍ତିମନ୍ତ୍ରୀ କେଭି ସିଂଦେଓ।ମନ୍ତ୍ରୀ କହିଛନ୍ତି ଯ, ପିଏମ୍ ସୂର୍ଯ୍ୟଘର ଯୋଜନାରେ ସୌରଶକ୍ତି ଦ୍ବାରା ବିଜୁଳି ମିଳିବ।

କେବଳ ଏତିକି ନୁହେଁ ୩ କିଲୋୱାଟ ପର୍ଯ୍ୟନ୍ତ ସୋଲାର ପ୍ଲାଣ୍ଟ ସ୍ଥାପନ ପାଇଁ ସହାୟତା ମିଳିବ । ସୋଲାର ପ୍ଲାଣ୍ଟ ପାଇଁ ୭୮ ହଜାର ଟଙ୍କାର କେନ୍ଦ୍ରୀୟ ସହାୟତା ବ୍ୟବସ୍ଥା ରହିଛି। ଏଥିରେ ଉପଭୋକ୍ତା ମାସିକ ୩ଶହ ୟୁନିଟ ବିଦ୍ୟୁତ ଉପଯୋଗ କରିପାରିବେ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ କେଭି ସିଂଦେଓ ।

 

Related posts

ଧରାପଡିଲେ ନକଲି ମାଟ୍ରିକ ପରୀକ୍ଷାର୍ଥୀ

mahabharatanews

ରଥଖଳା ଏବେ ଚଳଚଞ୍ଚଳ : ବ୍ୟସ୍ତ ତିନିରଥର ବିଶ୍ଵକର୍ମା ମହାରଣା

mahabharatanews

ଯଶିପୁର ମାହାର୍ଦ୍ଦାପଳସାରେ ଖଇରୀ ମହୋତ୍ସବ ଉଦଯାପିତ

mahabharatanews