ଓଡିଶା

ପୁଲିସ ଇନ୍ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

କନ୍ଧମାଳ: କନ୍ଧମାଳ ଜିଲ୍ଲା କ. ନୂଅ।ଗାଁ ଥାନା ଅନ୍ତର୍ଗତ ବୁଡ୍ରୁମାହା ଗାଁରେ ପୁଲିସ୍ ଇନ୍ଫର୍ମର ସନ୍ଦେହରେ ନକ୍ସଲମାନେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ତାଙ୍କ ନାଁ ରଞ୍ଜନ ଦିଗାଲ । ତାଙ୍କ ଘର ବାଲିଗୁଡ଼ା ଥାନା ରେବିଙ୍ଗିଅ। ପଁ୍ଚାୟତର ମାରଦୁଲି ଗାଁରେ ।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟା ବେଳେ ୬ରୁ ୭ ଜଣ ନକ୍ସଲ ରଞ୍ଜନଙ୍କ ବୁଡୁମାହା ସ୍ଥିତ ଘରକୁ ଅ।ସିଥିଲେ ଓ ତାଙ୍କୁ ଡାକିଥିଲେ । ହେଲେ ରଂଜନ କବାଟ ଖୋଲି ନଥିଲେ । ତେଣୁ ନକ୍ସଲମାନେ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ ଓ ତାଙ୍କୁ ଗୁଳି କରିଥିଲେ । ଏହାପରେ ତାଙ୍କ ମୃତଦେହକୁ ଗାଁ ସ୍କୁଲ ନିକଟରେ ଫିଙ୍ଗି ଦେଇଚାଲିଯାଇଥିଲେ ନକ୍ସଲମାନେ । ମୃତଦେହ ନିକଟରେ ସେମାନେ ଏକାଧିକ ପୋଷ୍ଟର ମଧ୍ୟ ଛାଡ଼ି ଯାଇଥିଲେ । ଏଥିରେ ସିପିଅ।ଇ ନକ୍ସଲ କେକେବିଏନ୍ ଡିଭିଜନାଲ କମିଟି ପକ୍ଷରୁ ରଞ୍ଜନଙ୍କୁ ମୃତ୍ୟୁଦଣ୍ଡ ଦିଅ ।ଯାଇଛି ବୋଲି ଲେଖା ହୋଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି ।

Related posts

ଅଗଷ୍ଟ ୧୬ରୁ ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ !

mahabharatanews

ଅକ୍ଟୋବରରେ ପଡିବନି ଶୀତ

mahabharatanews

ଛାତ୍ର ଛାତ୍ରୀଙ୍କୁ ଚାଉଳ ବଣ୍ଟନ

mahabharatanews

Leave a Comment