ଓଡିଶା

ସରିଲା ଖାତା ଦେଖା, ୧୬ରେ ପରୀକ୍ଷା ଫଳ

(ଭୁବନେଶ୍ୱର) : ସରିଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଖାତା ଦେଖା । ଆଉ ଦ୍ବିତୀୟ ପର୍ଯ୍ୟାୟ ଖାତା ଦେଖା ଏପ୍ରିଲ ୨୦ ସୁଦ୍ଧା ସରିବ । ମଇ ୧୬ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ।

ସୂଚନାନୁଯାୟୀ , ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଅଧିକାଂଶ ବିଷୟର ଉତ୍ତର ଖାତା ମୂଲ୍ୟାୟନ ଇତିମଧ୍ୟରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କଳା ଓ ଧନ୍ଦାମୂଳକ ବିଷୟଗୁଡ଼ିକର ମୂଲ୍ୟାୟନ ଏବେ ଜାରି ରହିଛି। ୬୯ଟି ଅଫ୍‌ଲାଇନ୍‌ ଓ ୪୧ଟି ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ରରେ ଦ୍ବିତୀୟ ପର୍ଯ୍ୟାୟ ଖାତାଦେଖା ଆରମ୍ଭ ହୋଇଛି । ୭ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉଭୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ ମୂଲ୍ୟାୟନରେ ସାମିଲ ହୋଇଛନ୍ତି । ତେବେ ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ରରେ ଏସି ଲାଗିଥିଲେ ମଧ୍ୟ ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ରର ହଲ୍‌ଗୁଡ଼ିକରେ ପର୍ଯ୍ୟାପ୍ତ ଫ୍ୟାନ୍‌ ଲାଗିଥିବାରୁ ସମସ୍ୟା ନଜରକୁ ଆସିଥିଲା। ଏନେଇ ଜଣାପଡ଼ିବା ପରେ ପରିଷଦ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି।

Related posts

ରାଜ୍ୟରେ ସ୍କ୍ରବ୍ ଟାଇଫସ୍‌ ଭୟ; ଟେଷ୍ଟିଂ କିଟ ମହଜୁଦ ରଖିବାକୁ ନିର୍ଦେଶ

mahabharatanews

ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମିଗ୍-୨୯ ଦୁର୍ଘଟଣା ଗ୍ରସ୍ତ

mahabharatanews

ଓଡ଼ିଆରେ ନାମଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା ଅନୁଷ୍ଠିତ

mahabharatanews