(ନୂଆଦିଲ୍ଲୀ): ବିଜେପିର ପୂର୍ବତନ ସାଂସଦ ତଥା ସାମ୍ବାଦିକ ଅଶ୍ୱିନୀ କୁମାର ଚୋପ୍ରାଙ୍କର ଶନିବାର ପରଲୋକ ହୋଇଛି । ସେ କ୍ୟାନସରରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ୬୨ ବର୍ଷ ହୋଇଥିଲା । ଶନିବାର ହରିୟାଣାର ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ୧୯୫୬ ଜୁନ ୧୧ରେ ସେ ପଞ୍ଜାବର ଜଳନ୍ଧରରେ ଜନ୍ମ ନେଇଥିଲେ । ୨୦୧୪ରେ ବିଜେପି ଟିକଟରେ ସେ କର୍ନାଲ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ତାଙ୍କ ବିୟୋଗରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ପୂର୍ବତନ ବିଜେପି ସାଂସଦ ଅଶ୍ୱିନୀ ଜଣେ ନିର୍ଭୀକ ସାମ୍ବାଦିକ ଥିଲେ । ଯିଏକି ବିଭିନ୍ନ ପ୍ରସଙ୍ଗରେ ରାଷ୍ଟ୍ରହିତ ଏବଂ ସମାଜ ହିତରେ ନିଜର ମତ ରଖୁଥିଲେ । ତାଙ୍କର ବିୟୋଗରେ ସେ ଗଭୀର ମର୍ମାହତ ବୋଲି କେନ୍ଦ୍ରମନ୍ତ୍ରୀ ଟୁଇଟ୍ କରି ଜଣାଇଛନ୍ତି ।
previous post
