Uncategorized

ପ୍ରଖ୍ୟାତ ଅଭିନେତା ଶ୍ରୀରାମ ଲାଗୁଙ୍କ ପରଲୋକ

(ମୁମ୍ବାଇ): ପ୍ରଖ୍ୟାତ ହିନ୍ଦୀ ଓ ମରାଠୀ ଫିଲ୍ମ ତଥା ଥିଏଟର ଅଭିନେତା ଡଃ ଶ୍ରୀରାମ ଲାଗୁଙ୍କର ମଙ୍ଗଳବାର ସଂନ୍ଧ୍ୟାରେ ପରଲୋକ ହୋଇଯାଇଛି । ତାଙ୍କୁ ୯୨ ବର୍ଷ ହୋଇଥିଲା । ପୁନେସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଶ୍ରୀରାମ ତାଙ୍କ ପତ୍ନୀ ଦୀପା ଓ ପୁଅ ତନବୀର ଲାଗୁଙ୍କୁ ଛାଡି ଯାଇଛନ୍ତି । ୧୯୭୮ ମସିହାର ଫିଲ୍ମ ‘ଘରୌନ୍ଦା’ ପାଇଁ ସେ ଫିଲ୍ମଫେୟାର ପୁରସ୍କାର ପାଇଥିଲେ । ଏହା ବ୍ୟତୀତ ଥୋଡିସି ବେୱାଫାଇ, ମକସଦ୍, ଦେଶ ପରଦେଶ, ଲାୱାରିସ, ମୁକଦ୍ଦର କା ସିକନ୍ଦର, ଇନକାର, କିନାରା, ଜ୍ୟୋତି ବନେ ଜ୍ୱାଲା, ହେରାଫେରୀ ଆଦି ତାଙ୍କ ଅଭିନୀତ ଶ୍ରେଷ୍ଠ ଫିଲ୍ମ । ତାଙ୍କ ଜୀବନକାଳରେ ସେ ୧୦୦ରୁ ଅଧିକ ହିନ୍ଦୀ ଓ ୪୦ରୁ ଅଧିକ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ । ସେ ୪୦ରୁ ଅଧିକ ଗୁଜରାଟି ଓ ମରାଠୀ ନାଟକର ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମଫେୟାର ପୁରସ୍କାର ସହ ଏକାଧିକ ଜାତୀୟ ପୁରସ୍କାର ପାଇଛନ୍ତି ।

ଶ୍ରୀରାମଙ୍କ ଦେହାନ୍ତ ପରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଟ୍ୱିଟ କରି ଦୁଃଖ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

Related posts

ନୀଳାଦ୍ରି ଅବଢା ପାଇଁ ସକାଳୁ ଭକ୍ତଙ୍କର ଲମ୍ବା ଲାଇନ

mahabharatanews

କରୋନା ଟୀକା ତଥ୍ୟ ଚୋରାଉଛି ଚୀନ: ଆମେରିକା

mahabharatanews

ଆପ ନେତାଙ୍କ ଛାତରୁ ପେଟ୍ରୋଲ ବୋମା ଉଦ୍ଧାର

mahabharatanews

Leave a Comment