ଅପରାଧ

ବାଇକ୍ ଡିକି ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କା

(ମହାଭାରତ, ତିହିଡି): ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ପୀରହାଟ ହାଇସ୍କୁଲ ନିକଟରେ ଏକ ଲୁଟ୍ ହୋଇଛି । ଏକ ହୋଟେଲ ସମ୍ମୁଖରେ ଥିବା ଗୋଟିଏ ବାଇକ୍ର ଡିକି ତାଡି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ବାଇକ୍ ମାଲିକ ଜଣକ ଏନେଇ ପୋଲିସକୁ ଜଣାଇବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି । ଟଙ୍କା ଲୁଟ୍ ହୋଇଥିବା ବ୍ୟକ୍ତି ଜଣକ ଚାନ୍ଦବାଲି ଥାନା ଅନ୍ତର୍ଗତ ଖେରଙ୍ଗ ଅଧିନ ତଳବନ୍ଧ ଗାଁର ସରୋଜ କୁମାର ରାଉତ ବୋଲି ଜଣାପଡିଛି । ସରୋଜଙ୍କ ଅଭିଯୋଗ ଅନୁଯାୟୀ, ଶୁକ୍ରବାର ସକାଳେ ଭଦ୍ରକ ସ୍ଥିତ ଆହ୍ଲାବାଦ ବ୍ୟାଙ୍କରେ ଥିବା ନିଜ ଆକାଉଣ୍ଟରୁ ସେ ୭ ଲକ୍ଷ ଟଙ୍କା ଉଠାଇଥିଲେ । ଟଙ୍କାକୁ ନିଜ ବାଇକ୍ ଡିକିରେ ଏକ ବ୍ୟାଗରେ ରଖି ଘରକୁ ଫେରୁଥିଲେ । ମାତ୍ର ଭୋକ ହେବାରୁ ପୀରାହାଟ ଠାରେ ଏକ ରାସ୍ତା କଡରେ ବାଇକ୍ ରଖି ହୋଟେଲକୁ ଯାଇଥିଲେ । ତେବେ ଖାଇସାରି ଫେରିବା ବେଳକୁ ବାଇ ବାଇକ୍ ଡିକି ଭଙ୍ଗା ହୋଇଥିବା ଦେଖିଥିଲେ । ଡିକିରେ ଥିବା ଟଙ୍କା ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ସେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୀରାହାଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଲୁଟେରାଙ୍କ କୌଣସି ପତ୍ତା ମିଳିନଥିଲା । ତେବେ ଏଭଳି ଘଟଣାରେ ପୋଲିସ ଖୋଳତାଡ ଆରମ୍ଭ କରିଛି ।

Related posts

ଯୁବତୀଙ୍କର କି ରାଗ ! ପ୍ରେମିକ ଘରେ ନିଆଁ ଲଗାଇଲା ପ୍ରେମିକା

mahabharatanews

ଭିଜିଲାନ୍ସ ହାତରେ ଢେଙ୍କାନାଲସ୍ଥିତ ହିନ୍ଦୋଳ ଏନଏସିର କନିଷ୍ଠ ଯନ୍ତ୍ରୀ

mahabharatanews

ଗଞ୍ଜେଇ ଚାଲାଣକାରୀ ପୁଲିସ କନେଷ୍ଟବଳ ଗିରଫ

mahabharatanews

Leave a Comment