ଓଡିଶା

ବିଦ୍ୟୁତ ଆଘାତରେ ଛାତ୍ର ମୃତ, କ୍ଷତିପୁରଣ ଦାବିରେ ରାସ୍ତା ଅବରୋଧ

(ମହାଭାରତ, ବଲାଣି): କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ବଲାଣି ଅଞ୍ଚଳରେ ୧୧ କେଭି ବିଦ୍ୟୁତ ଆଘାତରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । ଏହାକୁ ନେଇ ସ୍ଥାନୀୟ ଲୋକେ ନେସ୍କୋ କମ୍ପାନୀର ଅବହେଳା ବିରୋଧରେ ଟାୟାର ଦୋକାନ ଆଗରେ ବସି ରାସ୍ତା ଅବରୋଧ କରିଥିଲେ । ସୂଚନା ଅନୁଯାୟୀ, ବଲାଣି ଏମ ଇ ହାଟିଙ୍ଗ ନିକଟସ୍ଥ ମୁଖ୍ୟ ରାସ୍ତା ନିକଟରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ତଳେ ଥିବା ଘର କରି ରହିଥିବା ଲୋକେ ୨୦୧୪ରୁ ଉକ୍ତ ବିଦ୍ୟୁତ ତାରକୁ ଅପସାରଣ କରିବାକୁ ନେସ୍କୋ ନିକଟରେ ବାରମ୍ବାର ଅନୁରୋଧ କରି ଆସୁଥିଲେ । କିନ୍ତୁ ଏନେଇ ନେସ୍କୋ କୌଣସି ପଦକ୍ଷେପ ନେଇ ନଥିଲା ।

ଏହା ବ୍ୟତୀତ ସେଠାରେ ଥିବା ଏକ ଟାୟାର ଦୋକାନର ମାଲିକ ଉକ୍ତ ନାବାଳକ ଛାତ୍ରକୁ ଶିଶୁ ଶ୍ରମିକ ଭାବରେ ନିଜ ଦୋକାନରେ କାର୍ଯ୍ୟ କରାଉଥିଲେ । ଛାତ ଉପରକୁ ଉଠାଇ କାର୍ଯ୍ୟ କରାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବାରୁ ଏହାକୁ ବିରୋଧ କରି ସ୍ଥାନୀୟ ଲୋକ ବଲାଣି ମୁଖ୍ୟ ରାସ୍ତାକୁ ୫ ଘଣ୍ଟା ଧରି ଅବରୋଧ କରି ରଖିଥିଲେ । ବଡବିଲ ଏସ.ଡି.ପି.ଓ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ସହ ନେସ୍କୋ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ମୃତକଙ୍କ ପରିବାର ମଧ୍ୟରୁ ଜଣକୁ ନିଯୁକ୍ତି ସହ କ୍ଷତିପୁରଣ ଦେବାକୁ ପ୍ରତିଶୃତି ଦେବା ପରେ ଲୋକେ ମୃତଦେହ ଉଠାଇଥିଲେ ।

Related posts

ବସ ଚଳାଚଳ ପାଇଁ ଜାରି ହେବ ଗାଇଡଲାଇନ:ମନ୍ତ୍ରୀ

mahabharatanews

ଆଜି ବଜ୍ରପାତରେ ଚାଲିଗଲା ଜୀବନ

mahabharatanews

ଲୋଞ୍ଜିନ୍ସର ଘଣ୍ଟାର ଉଦ୍ଘାଟନ କଲେ ଦଙ୍ଗଲ ଗାର୍ଲ

mahabharatanews

Leave a Comment