ଓଡିଶାରାଜନୀତି

ଝାରସୁଗୁଡା ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍

ଭୁବନେଶ୍ୱର: ଝାରସୁଗୁଡାର ନବନିର୍ବାଚିତ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ। ସେପ୍ଟେମ୍ବର ୨୩ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିିଆଯାଇଛି । ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ ଟଙ୍କଧରଙ୍କ ବିରୋଧରେ ଅଭିଯୋଗ ଆଣି ହାଇକୋର୍ଟଙ୍କର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଅଭିଯୋଗ ପତ୍ରରେ ଦୀପାଳି ଦର୍ଶାଇଥିଲେ ଯେ ଟଙ୍କଧର ଏକାଧିକ ଅପରାଧିକ ମାମଲାରେ ଜଡ଼ିତ ରହିଛନ୍ତି। ମାତ୍ର ଟଙ୍କଧର ନିର୍ବାଚନ ସତ୍ୟପାଠରେ ଏହାକୁ ଦର୍ଶାଇ ନ ଥିବା ନେଇ ଅଭିଯୋଗ ଆଣିଥିଲେ। ଫଳରେ ଏହି ଅଭିଯୋଗକୁ ଗୁରୁତର ନେବା ସହିତ ହାଇକୋର୍ଟ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ନୋଟିସ ଜାରି କୋର୍ଟରେ ହାଜର ହେବା ସହିତ ନିଜର ପକ୍ଷ ରଖିବାକୁ କହିଛନ୍ତି।

ଟଙ୍କଧରଙ୍କ ସହିତ ନିର୍ବାଚନ ଅନିୟମିତତା ପାଇଁ ବିଜେଡି ବିଧାୟକ ବ୍ୟୋମକେଶ ରାୟ ଓ ଅଶ୍ୱିନୀ ପାତ୍ରଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି। ଏଠାରେ କହି ରଖୁ କି ଗତ ସାଧାରଣ ନିର୍ବାଚନ ଟଙ୍କଧର ମାତ୍ର ୧୩୩୩ ଖଣ୍ଡ ଭୋଟରେ ଦିପାଳୀଙ୍କୁ ପରାଜିତ କରିଥିଲେ। ଉଭୟଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ତେବେ ନିର୍ବାଚନରେ ଟଙ୍କଧର ୯୧୧୦୫ ଖଣ୍ଡ ଭୋଟରେ ଜିତିଥିବା ବେଳେ ଦୀପାଳି ମାତ୍ର ୮୯୭୭୧ ଖଣ୍ଡ ଭୋଟ ପାଇଥିଲେ। ତେବେ ନିଜର ବିଜୟ ଦାବି କରି ଦୀପାଳି ପୁନଃ ଗଣତି ପାଇଁ ମଧ୍ୟ ଆବେଦନ କରିଥିଲେ।

Related posts

ସରକାରୀ ସହାୟତା ପରେ ହିଁ ବୃକ୍ଷରୋପଣ ସମ୍ଭବ

mahabharatanews

ବଡ଼ଦିନରେ ଉଦାହରଣ ସାଜିଲେ କରଣ

mahabharatanews

ଓରମାସ ଚାଷୀଙ୍କ ପନିପରିବା, ଫଳ ବିକ୍ରିକୁ ପ୍ରୋତ୍ସାହନ ଦେବ

mahabharatanews