ଓଡିଶା

ପ୍ରବଳ ବର୍ଷାରେ ବେହାଲ ରାଜଧାନୀ 

(ଭୁବନେଶ୍ୱର) : ବର୍ଷାରେ ବେହାଲ ଭୁବନେଶ୍ୱର । ଆଜି ମଧ୍ୟାହ୍ନରୁ ରାଜଧାନୀରେ ଘଡଘଡି ବିଜୁଳି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ତେବେ ପ୍ରବଳ ବର୍ଷା ଫଳରେ ରାଜଧାନୀର ଅନେକ ଅଞ୍ଚଳରେ ପାଣି ପଶିଥିବା ଦେଖିବାକୁ ମିଳିଛି । ଫଳରେ ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ସେବା ମଧ୍ୟ ବ୍ୟାଘାତ ରହିଛି ।

ସୂଚନାନୁଯାୟୀ ,  ରାତି ୭ଟା ଯାଏ ଏଭଳି ବର୍ଷା ଜାରି ରହିବା ନେଇ ଟୁଇନ୍‌ ସିଟି ଭୁବନେଶ୍ୱର-କଟକ ପାଇଁ ପ୍ରବଳ ବର୍ଷା ଆଲର୍ଟ ଜାରି କରାଯାଇଛି । ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ଜଗତସିଂହପୁର, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅରେଞ୍ଜ ଆଲର୍ଟ ଦେଇଛି ।

Related posts

ଡିହୋଡଲ ଛକରେ ଟ୍ରଲର ଗାଡିକୁ ଅଟକ ରଖିଲେ ଗ୍ରାମବାସୀ

mahabharatanews

ଆଜି ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି

mahabharatanews

ବିଶ୍ୱ ମୃତ୍ତିକା ଦିବସ ପାଳିତ

mahabharatanews