ଓଡିଶା

ପ୍ରବଳ ବର୍ଷାରେ ବେହାଲ ରାଜଧାନୀ 

(ଭୁବନେଶ୍ୱର) : ବର୍ଷାରେ ବେହାଲ ଭୁବନେଶ୍ୱର । ଆଜି ମଧ୍ୟାହ୍ନରୁ ରାଜଧାନୀରେ ଘଡଘଡି ବିଜୁଳି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ତେବେ ପ୍ରବଳ ବର୍ଷା ଫଳରେ ରାଜଧାନୀର ଅନେକ ଅଞ୍ଚଳରେ ପାଣି ପଶିଥିବା ଦେଖିବାକୁ ମିଳିଛି । ଫଳରେ ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ସେବା ମଧ୍ୟ ବ୍ୟାଘାତ ରହିଛି ।

ସୂଚନାନୁଯାୟୀ ,  ରାତି ୭ଟା ଯାଏ ଏଭଳି ବର୍ଷା ଜାରି ରହିବା ନେଇ ଟୁଇନ୍‌ ସିଟି ଭୁବନେଶ୍ୱର-କଟକ ପାଇଁ ପ୍ରବଳ ବର୍ଷା ଆଲର୍ଟ ଜାରି କରାଯାଇଛି । ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ଜଗତସିଂହପୁର, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅରେଞ୍ଜ ଆଲର୍ଟ ଦେଇଛି ।

Related posts

ବଦଳିଲା ପାଗ ,କିଛି ଜିଲ୍ଲାରେ ବର୍ଷା ସମ୍ଭାବନା 

mahabharatanews

ଖଣ୍ଡଗିରି ଛକରୁ ଏମ୍‌ସ ଯାଏ ତିଆରି ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର

mahabharatanews

୨୪ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ,  ମତ୍ସ୍ୟଜିବୀଙ୍କୁ ସମୁଦ୍ର ମନା 

mahabharatanews