Uncategorized

ବିହାର: ବିଧାନସଭାରେ ଏନଆରସି ବିରୋଧରେ ପ୍ରସ୍ତ।ବ ପାରିତ

ପାଟନା: ବିହାରରେ ଜାତୀୟ ନାଗରିକ ପଞ୍ଜିକରଣ (ଏନଆରସି) ଲାଗୁ ହେବ ନାହିଁ । ଏହା ବ୍ୟତୀତ ଜାତୀୟ ଜନସଂଖ୍ୟା ପଞ୍ଜିକରଣ (ଏନପିଆର)କୁ ମଧ୍ୟ ୨୦୧୦ର ପୁରୁଣା ସ୍ୱରୂପରେ ଲାଗୁ କରାଯିବ । ଆଜି ବିହାର ବିଧାନସଭାରେ ଏହି ପ୍ରସ୍ତାବ ପାରିତ ହେ।ଇଛି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ନିତୀଶ କୁମାର କହିଛନ୍ତି, ପ୍ରଦେଶ ସରକାର କେନ୍ଦ୍ରକୁ ଏନପିଆର ଫର୍ମରେ ବିବ।ଦିତ ଖଣ୍ଡକୁ ହଟାଇବାକୁ ନିବେଦନ କରିଛନ୍ତି । ବିହ।ରରେ ବିଜେପି ସମର୍ଥିତ ଜେଡିୟୁ ସରକାର ରହିଛି ।

ଏହା ପୂର୍ବରୁ ସିଏଏକୁ ନେଇ ବିଧାନସଭାରେ ସତ୍ତା ପକ୍ଷ ଓ ବିପକ୍ଷ ସଦସ୍ୟଙ୍କ ମଧ୍ୟରେ ହଟଗୋଳ ହୋଇଥିଲା । ନେତା ବିପକ୍ଷ ତେଜସ୍ୱୀ ଯାଦବ ଏହାକୁ କଳା ଆଇନ କହିଥିଲେ । ହଙ୍ଗାମା ମଧ୍ୟରେ ସଦନର କାର୍ଯ୍ୟ କିଛି ସମୟ ପାଇଁ ସ୍ଥଗିତ ରଖା ଯାଇଥିଲା । ବିଧାନସଭାରେ ମୁଖ୍ୟମନ୍ତ୍ରୀ ନିତୀଶ କୁମାର କହିଛନ୍ତି, ରାଜ୍ୟ ସରକାର କେନ୍ଦ୍ରକୁ ପତ୍ର ଲେଖି କହିଛନ୍ତି, ଏନପିଆର ଅନ୍ତର୍ଗତ ଜାତୀୟ ଜନସଂଖ୍ୟା ପଞ୍ଜିକରଣ (୨୦୨୦ରେ ଅଙ୍କିତ ଶ୍ରେଣୀ ସମ୍ବନ୍ଧିତ ସୂଚନା ମିଳୁ, ଯେପରି ଲୋକଙ୍କୁ କୌଣସି ସମସ୍ୟା ନ ହେଉ ।

ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ନିତୀଶ କୁମାର ସ୍ପଷ୍ଟ କରିଦେଇଥିଲେ କି, ରାଜ୍ୟରେ ଏନଆରସି ଲାଗୁ କରାଯିବ ନାହିଁ । ସେ ରବିବାର ଦିନ ଦରଭଙ୍ଗାରେ ଏକ ସଭାକୁ ସମ୍ବୋଧିତ କରିବା ସମୟରେ ଏହା କହିଥିଲେ । ଏନପିଆରକୁ ନେଇ ସେ କହିଥିଲେ, ଜାତୀୟ ଜନସଂଖ୍ୟ ପଞ୍ଜିକରଣର ପାଇଁ ୨୦୧୦ରେ କରାଯାଇଥିବା ପଦ୍ଧତି ସହ କିଛି ଅଦଳବଦଳ କରାଯିବ । ତେବେ ସିଏଏକୁ ନେଇ ନିତିଶ ଚୁପ ରହିଥିଲେ । ପୂର୍ବରୁ ପଶ୍ଚିମ ବଙ୍ଗ ଏନଆରସି ବିରୋଧରେ ପ୍ରସ୍ତାବ ପାରିତ କରିସ।।ରିଛି । ଏହା ବ୍ୟତୀତ କେରଳ, ପଞ୍ଜାବ, ର।।ଜସ୍ଥାନରେ ସିଏଏ ଓ ଏନଆରସି ବିରୋଧରେ ପ୍ରସ୍ତାବ ପାରିତ ହୋଇସାରିଛି ।

Related posts

ମହିଳା ଜନଗଣନାକାରୀଙ୍କୁ ଆକ୍ରମଣ

mahabharatanews

୨୦୨୧ରେ ବିଶ୍ୱରେ ଖାଦ୍ୟାଭାବ ଭୟଙ୍କର ହେବ

mahabharatanews

ଜେଏନୟୁ ହିଂସା: ଆଉ ୩ ଅଭିଯୋଗ ଦାୟର

mahabharatanews

Leave a Comment