(ମହାଭାରତ, ପୁରୀ): ପୁରୀ ଜିଲ୍ଲା ଅସ୍ତରଙ୍ଗ ଅନ୍ତର୍ଗତ ଜାହାଙ୍ଗିଆ ଠାରେ ସମୁଦ୍ରରେ ଗାଧୋଇବା ବେଳେ ଦୁଇ ଜଣ ଯୁବକ ବୁଡି ଯାଉଥିବା ବେଳେ ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ଉଦ୍ଧାର ହୋଇଥିବା ଯୁବକ ଜଣକ ଭୁବନେଶ୍ୱର ଟେକ ମହିନ୍ଦ୍ରାର କର୍ମଚାରୀ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଜଣ ଇଞ୍ଜିନିୟର ଯୁବକ ରବିବାର ସକାଳେ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । ସମୁଦ୍ର ଭିତରକୁ ଚାଲିଥିବା ବେଳେ ଦୁର୍ଭାଗ୍ୟବଶତଃ କୂଳକୁ ଫେରି ପାରିନଥିଲେ । ସେଠାରେ ଲାଇଫ୍ ଗାର୍ଡ ମୁତୟନ ନଥିବା ବେଳେ କିଛି ସ୍ଥାନୀୟ ଯୁବକ ସମୁଦ୍ର ଭିତରକୁ ଯାଇ ବୁଡି ଯାଉଥିବା ଯୁବକ ଦ୍ୱୟଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରିବାରେ ସକ୍ଷମ ହୋଇପାରିଥିଲେ । ତାଙ୍କ ଅବସ୍ଥା ପ୍ରଥମେ ଗୁରୁତର ରହିଥିବା ବେଳେ ପରେ ସ୍ୱାଭାବିକ ହୋଇଛି । ତେବେ ଅନ୍ୟ ଜଣେ ଯୁବକ ଏଯାଏ ନିଖୋଜ ରହିଛନ୍ତି । ଏହା ଏକ ପିକ୍ନିକ୍ ସ୍ପଟ୍ ହୋଇଥିବାରୁ ଏଠାକୁ ପ୍ରତିବର୍ଷ ଶହ ଶହ ଲୋକେ ଆସିଥାନ୍ତି । ତେବେ କୋଷ୍ଟ ଗାର୍ଡ ନଥିବା ବେଳେ ବୁଡି ଯାଉଥିବା ଯବକଙ୍କ ଜୀବନ ବଞ୍ଚାଇଥିବା ଦୁଇ ଯୁବକ ସ୍ଥାନୀୟ ଲୋକଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି ।
previous post