ବିଶ୍ୱ

କାଜାକିସ୍ତାନରେ ନୂଆ ନିୟମ

କାଜାକିସ୍ତାନରେ ନୂଆ ନିୟମ । ଏବେ ସାର୍ବଜନିକ ସ୍ଥାନରେ ମହିଳାମାନେ ବୁର୍ଖା ବା ଚେହେରାକୁ ଢାଙ୍କି ରଖୁଥିବା କପଡ଼ା ପରିଧାନ କରିପାରିବେ ନାହିଁ । ରାଷ୍ଟ୍ରପତି କାସିମ ଜୋମାର୍ଟ ଟୋକାୟେବ, ବର୍ତ୍ତମାନ ଏହି ନୂଆ ଆଇନକୁ ପାରିତ କରିଛନ୍ତି । କାଜାକିସ୍ତାନ ଦେଶର ପାଖା ପାଖି ୭୦ ପ୍ରତିଶତ ଲୋକ ଇସଲାମ ଧର୍ମକୁ ମାନିଥାନ୍ତି । ଗୋଟେପଟେ ଦୁନିଆରେ ପ୍ରାୟତଃ ମୁସଲିମ ମହିଳାମାନେ ହିଜାବ ପିନ୍ଧିଥିବା ବେଳେ, ଏବେ କିନ୍ତୁ କାଜାକିସ୍ତାନ ସରକାର ନୂଆ ନିୟମ ଆଣିଛନ୍ତି  । ଯାବାପରେ ସରକାରଙ୍କ ଏହି ନିଷ୍ପତ୍ତିକୁ ଦେଶର ଧାର୍ମିକ ସଂଗଠନ ପକ୍ଷରୁ ବିରୋଧ କରାଯାଇପାରେ ବୋଲି ଆଶଙ୍ଖା ବଢିଛି । ତେବେ ଆଇନରେ ସିଧାସଳଖ ଭାବେ କୌଣସି ଧର୍ମ ବା ଧାର୍ମିକ ପୋଷାକକୁ ନେଇ ଚର୍ଚ୍ଚା କରାଯାଇ ନାହିଁ ।

ମଧ୍ୟ ଏସୀୟ ଦେଶଗୁଡ଼ିକରେ ବିଗତ କିଛି ସମୟ ଧରି ବୁର୍ଖା ଓ ନକାବ ପରି ପରିଧାନ ଉପରେ କଟକଣା ଲାଗି ଆସିଛି । ଏବେ କାଜାକିସ୍ତାନ ଏହି ଲିଷ୍ଟରେ ସାମିଲ ହୋଇଯାଇଛି । କାଜାକିସ୍ତାନର ଏହି ନୂଆ ଆଇନ କହୁଛି ଯେ, ଯେଉଁ କପଡ଼ା ଦ୍ବାରା ଚେହେରାକୁ ଚିହ୍ନି ହେବନି, ତାହାକୁ ପିନ୍ଧିବାକୁ ଅନୁମତି ନାହିଁ । କେବଳ ମେଡିକାଲ କାରଣ, ଖରାପ ପାଣିପାଗ, ଖେଳ ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଏପରି କପଡ଼ା ପିନ୍ଧିବାକୁ ଅନୁମତି ଦିଆଯିବ ।

Related posts

୨୦୧୮ ଅଚଳ ହୋଇପଡ଼ିଥିଲା ଉପଗ୍ରହଟି ଆଜି ପୃଥିବୀ ପୃଷ୍ଠରେ ଖସିବା ନେଇ କହିଛି ମହାକାଶ ଗବେଷଣା ସଂସ୍ଥା ନାସା

mahabharatanews

ମୁକୁଳିପାରିଲେନି ଇମ୍ରାନ ଖାନ, ଜାମିନ ପରେ ପୁଣି ଗିରଫ 

mahabharatanews

 ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଫ୍ରାନ୍ସ ରାଷ୍ଟ୍ରପତି

mahabharatanews