ଓଡିଶା

ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ମାମଲାରେ ମାଲକାନଗିରି ଜିଲ୍ଲାପାଳ ଅଡୁଆରେ

ମାଲକାନଗିରି: ଗତ ୨୮ ତାରିଖ ଦିନ ସତୀଗୁଡା ଡ୍ୟାମରୁ ଉଦ୍ଧାର ହୋଇଥିଲା ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ନୂଆ ମୋଡ ନେଉଛି । କୌଣସି ପାରିବାରିକ କଳହ ନ ଥିଲା । ଅଫିସ୍ ·ପ ଯୋଗୁ ସେ ଅ ।ତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇପାରିଥାନ୍ତି ବୋଲି ତାଙ୍କ ପତ୍ନୀ ଅଭିଯୋଗ ଅ ।ଣିଥିଲେ । ଏବେ ଚର୍ଚ୍ଚା ହେଉଛି ଜିଲ୍ଲାପାଳ ଦେବନାରାୟଣଙ୍କୁ ହତ୍ୟା କରିଥିବା ଜିଲ୍ଲାପାଳ କାର୍ଯ୍ୟାଳୟ କାନ୍ଥରେ ଲେଖା ଥିବା ଦେଖିବାକୁ ମିଳିଛି ।
ଦେବନାରାୟଣଙ୍କ ମୃତ୍ୟୁକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ । ଏପରି ସ୍ଥିତିରେ ପିଏ ଦେବ ନାରାୟଣ ପଣ୍ଡାଙ୍କ ଅ ।ତ୍ମହତ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଟାର୍ଗେଟ କରି ବିଭିନ୍ନ କଥା ସବୁ କେହି ଦୁର୍ବୃତ୍ତ ଲେଖିଥିବା ଗତକାଲି ମାଲକାନଗିରି ଜିଲ୍ଲାପାଳଙ୍କ ସରକାରୀ କାର୍ଯ୍ୟାଳୟ ପାଚେରିରେ ଦେଖିବାକୁ ମିଳିଥିଲା । ପିଏଙ୍କୁ ଜିଲ୍ଲାପାଳ ମନିଷ ଅଗ୍ରୱାଲ ମାରିଥିବା କାନ୍ଥରେ ଲେଖା ହୋଇଛି । ଏହା ବ୍ୟତୀତ ଜିଲ୍ଲାପାଳ ଜଣେ ମଣିଷ ଚୋର, ଭ୍ରଷ୍ଟ ବୋଲି ମଧ୍ୟ ଲେଖା ଯାଇଛି । ଏହି ଲେଖା କିଏ ଲୋଖିଛି ସେ ବିଷୟରେ ମାଲକନଗିରି ପୋଲିସ ତଦନ୍ତି କରୁଥିବାବେଳେ ଜିଲ୍ଲାପାଳଙ୍କ ବିଷୟରେ ଏହି ଭଳି ଲେଖା ସମ୍ପୂର୍ଣ୍ଣ ଘଟଣାକୁ ଅଧିକ ରହସ୍ୟମୟ କରୁଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ଗତ ୨୮ ତାରିଖରେ ସତୀଗୁଡ଼ା ଡ୍ୟାମରୁ ଉଦ୍ଧାର ହୋଇଥିଲା । ତା ପୂର୍ବଦିନ ଅଫିସରୁ ଘରକୁ ଫେରୁଥିବା ବେଳେ ଦେବନାରାୟଣ ନିଖୋଜ ହୋଇଯାଇଥିଲେ । ଏନେଇ ପରିବାର ଲୋକେ ମାଲକାନଗିରି ଥାନାରେ ଏତଲା ଦେଇଥିଲେ । ଏହାପରେ ପୁଲିସ୍ ଓ ଅଗ୍ନିଶମ କର୍ମ·ରୀ ଖୋଜାଖୋଜି କରି ସତୀଗୁଡା ଡ୍ୟାମରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ ।

Related posts

 ପ୍ରଗତି ପ୍ରିୟଦର୍ଶିନୀ ଅବିକା କ୍ୟାଲେଣ୍ଡର୍‍ ଗ୍ରାଣ୍ଡଫିନାଲେ ବିଜୟିନୀ

mahabharatanews

ତାଳଚେର ଝିଅ ପିଙ୍କିନା ଓଜେଇଇରେ ଟପର୍

mahabharatanews

୨୪ ଘଣ୍ଟାରେ ୧୩୮୫ ପଜିଟିଭ ଚିହ୍ନଟ

mahabharatanews

Leave a Comment