ଓଡିଶା

ଜଗା ଦର୍ଶନ କରିଲେ ଗୋଆ ମୁଖ୍ୟମନ୍ତ୍ରୀ

(ପୁରୀ) : କାଳିଆ ଠାକୁରଙ୍କୁ ଦର୍ଶନ କରିଲେ ଗୋଆ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପ୍ରମୋଦ ସାବନ୍ତ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୂଙ୍କ ଦର୍ଶନ ସହ ଆଶ୍ରିବାଦ ଲାଭ କରିଛନ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ପହଂଚିବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯିବା ସହ କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର ମଧ୍ୟକୁ ନିଆଯାଇଥିଲା ।

ସୂଚନାନୁଯାୟୀ ,  ଗୋଆ ମୁଖ୍ୟମନ୍ତ୍ରୀ ପ୍ରଥମେ ପତିତପାବନଙ୍କୁ ଦର୍ଶନ କାରି ବାଇଶି ପାହାଚ ଦେଇ ରତ୍ନସିଂହାସନରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପରେ ମନ ବହୁତ ପ୍ରସନ୍ନ ହୋଇଛି । ପ୍ରଧନମନ୍ତ୍ରୀ ଦେଖିଥିବା ବିକଶିତ ଭାରତର ସ୍ୱପ୍ନ ପୂରଣ ପାଇଁ ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କଲି । ବିକଶିତ ଭାରତର ସ୍ୱପ୍ନ ସାକାର ହେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱାନ୍ତ ।

Related posts

୩୦ ଜିଲ୍ଲାର ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନ ହେବ ଖାତା

mahabharatanews

 ଆସନ୍ତା ୫ ଦିନ ପାଗ ଶୁଖିଲା

mahabharatanews

ଦୁଇ ଦିନ ପାଇଁ ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା

mahabharatanews