Uncategorized

ମସଜିଦ ନିର୍ମାଣ ପାଇଁ ଜମି ଚିହ୍ନଟ କଲେ ଯୋଗୀ ସରକାର

(ଅଯୋଧ୍ୟା): ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ମସଜିଦ ପାଇଁ ଉତ୍ତରପ୍ରଦେଶ ସରକାର ଜମି ଚିହ୍ନଟ କରିଛନ୍ତି । ଏନେଇ ମିର୍ଜାପୁର, ସାମସୁଦିନପୁର ଏବଂ ଚାନ୍ଦପୁରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ୫ଟି ଜମି ଚିହ୍ନଟ କରିଛନ୍ତି । ଏସବୁ ସ୍ଥାନ ପଞ୍ଚକୋଶୀ ପରିକ୍ରମା ପରିସର ବାହାରେ ରହିଛି । ଭବିଷ୍ୟତରେ ଯେଭଳି ଆଉ କୌଣସି ସମସ୍ୟା ସୃଷ୍ଟି ନ ହେବ ସେଥିପାଇଁ ଏଭଳି କରାଯାଇଛି । ଅନୁମୋଦନ ପାଇଁ ପ୍ରସ୍ତାବିତ ଅଞ୍ଚଳ ତାଲିକାକୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ । ସ୍ୱୀକୃତି ମିଳିବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାଯାଇଛି । ବହୁ ଚର୍ଚ୍ଚିତ ଅଯୋଧ୍ୟା ରାୟର ଶୁଣାଣି କରି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ମୁତାବକ ଟ୍ରଷ୍ଟ ବୋର୍ଡ ଗଠନ ହେବା ପରେ ଏହି ଜମିଗୁଡିକୁ କେନ୍ଦ୍ର ସରକାର ସୁନି ୱାକଫ ବୋର୍ଡକୁ ପ୍ରଦାନ କରିବେ ।

ସୂଚନାଯୋଗ୍ୟ, ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିବାଦୀୟ ଜମିରେ ପୂର୍ବରୁ ରାମ ମନ୍ଦିର ଥିଲା ବୋଲି କହିବା ସହ ଅଯୋଧ୍ୟା ଭିତରେ ସୁନି ୱାକଫ ବୋର୍ଡକୁ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି କେନ୍ଦ୍ର ସରକାର ଯୋଗାଇ ଦେବେ ବୋଲି ରାୟ ଦେଇଥିଲେ । ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେବା ପରେ ମଧ୍ୟ ୧୮ ଥର ମାମଲାର ପୁନର୍ବିଚାର ପାଇଁ ଆବେଦନ ହୋଇଥିଲା । କିନ୍ତୁ ସମସ୍ତ ଆବେଦନକୁ ଡିସେମ୍ବର ୧୨ ତାରିଖରେ ଖାରଜ କରି ଦିଆଯାଇଥିଲା ।

Related posts

ରଥଯାତ୍ରାକୁ ଅନୁମତି ନ ଦେବା ପାଇଁ ଅପିଲ କରିଥିବା ଆବେଦନକାରୀଙ୍କ ଘରେ ଅଣ୍ଡାମାଡ

mahabharatanews

ଖରା ଦିନେ ବୁଲିବାକୁ ଯାଆନ୍ତୁ ଦାର୍ଜିଲିଙ୍ଗ

mahabharatanews

ବଦ୍ରିନାଥଙ୍କ ଦ୍ୱାର ଖୋଲା ନୀତି ସମ୍ପନ୍ନ

mahabharatanews

Leave a Comment