ଓଡିଶା

ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ

(ମହାଭାରତ, ଜୁନାଗଡ): ଭିଜିଲାନ୍ସ ଜାଲରେ ପୁଣି ଜଣେ ବନ ବିଭାଗ କର୍ମଚାରୀ ପଡିଛନ୍ତି । ଜୁନାଗଡ ବନ ବିଭାଗର ରେଞ୍ଜର ଲକ୍ଷ୍ମଣ ଶବରଙ୍କ ଘରେ ସୋମବାର ସକାଳେ ଭିଜିଲାନ୍ସ ଚଢାଉ କରିଛିି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଟିମ ଏହି ଚଢାଉ କରିଛି । ଏକକାଳୀନ ୩ଟି ଜାଗାରେ ଏହି ଚଢାଉ ହୋଇଛି । ଉକ୍ତ ରେଞ୍ଜରଙ୍କ ପୈତୃକ ଘର କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ, ତାଙ୍କର ଶ୍ୱଶୁର ଘର ତୁନଗାଁ ଓ ଜୁନାଗଡ ସ୍ଥିତ କାର୍ଯ୍ୟାଳୟ ଉପରେ ଭିଜିଲାନ୍ସ ଟିମ ଚଢାଉ କରିଛି । ଏହି ସମୟରେ ବିଭିନ୍ନ ଜରୁରୀ କାଗଜପତ୍ର ଭିଜିଲାନ୍ସର ହସ୍ତଗତ ହୋଇଛି । ରେଞ୍ଜରଙ୍କ ଘରେ ଯାଞ୍ଚ ଜାରି ରହିଛି । ଚଢାଉ ଜାରି ରହିଥିବାରୁ ତାଙ୍କର କେତେ ପରିମାଣର ସମ୍ପତ୍ତି ରହିଛି ତାହା ଜଣାପଡିନାହିଁ ।

Related posts

ଜଲାପୁଟ ଡଙ୍ଗାବୁଡି ଘଟଣା: ୩ ନିଖୋଜଙ୍କ ମଧ୍ୟରୁ ୨ଙ୍କ ମୃତଦେହ ଉଦ୍ଧାର

mahabharatanews

ଶବ ବ୍ୟବଛେଦ ଘରେ ଚାଲିଛି ଅସାମାଜିକ କାର୍ଯ୍ୟ

mahabharatanews

ଗୃହ ୪ଟା ଯାଏଁ ମୁଲତବୀ

mahabharatanews

Leave a Comment