ଓଡିଶା

ଟ୍ରକକୁ ପିଟିଲା ଆଇଚର, ୧ ମୃତ ୨ ଗୁରୁତର

(ମହାଭାରତ, ଅନୁଗୁଳ): ଅନୁଗୁଳ ଜିଲ୍ଲା ତାଳଚେର ବାଇପାସ୍ ନିକଟରେ ଏକ ଟ୍ରକକୁ ପଛ ପଟୁ ଏକ ଆଇଚର ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଆଇଚର ଡ୍ରାଇଭର ଶତ୍ରୁଘ୍ନ ଯାଦବ ବୋଲି ଜଣାଯାଇଛି । ଏହି ଦୁର୍ଘଟଣାରେ ଆଇଚରରେ ଥିବା ଆଉ ୨ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ସୋମବାର ଏକ କୁକୁଡା ବୋଝେଇ ଆଇଚର ପରଜଙ୍ଗ ଅଞ୍ଚଳରୁ ରାଉରକେଲା ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲା । ଏହି ସମୟରେ ତାଳଚେର ବାଇପାସ ନିକଟରେ ରାସ୍ତା ପାଶ୍ୱର୍ରେ ଛିଡା ହୋଇଥିବା ଏକ ଟ୍ରକ୍କୁ ଗାଡିଟି ପିଟି ଦେବାରୁ ଏହି ଦୁର୍ଘଟଣା ହୋଇଥିଲା । ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ଆଇଚର ଚାଳକଙ୍କୁ ମୃତ ଘୋଷଣା କରିଥିଲେ । ତାଳଚେର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Related posts

ବଡକେରାଙ୍ଗ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

mahabharatanews

ବିଭିନ୍ନ ଗ୍ରାମରେ ଲକଡାଉନ ନିଷ୍ପତ୍ତି

mahabharatanews

କାଣ୍ଡସର ଦିବ୍ୟ ଜୀବନ ସ୍କୁଲ ପରିସର ସଫା କଲେ ସ୍ବେଛାସେବୀ ଓ ଯୁବଗୋଷ୍ଠି

mahabharatanews