ଓଡିଶା

ରୋଷେଇ ବେଳେ ନିଆଁ ଲାଗି ଦମ୍ପତି ଗୁରୁତର

(ମହାଭାରତ, କରଞ୍ଜିଆ): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଭଅଁରାରେ ଏକ ଅଘଟଣ ଘଟିଛି । ଏହି ଗାଁର ଉପରସାହିରେ ନିଆଁରେ ପୋଡି ହୋଇ ଏକ ଦମ୍ପତ୍ତି ଗୁରୁତର ହୋଇଛନ୍ତି । ଗୁରୁତର ଦମ୍ପତି ଦରା ମୋଢେଇ ଓ ତ୍ରିବେଣୀ ମୋଢେଇ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତ ରବିବାର ଦିନ ତ୍ରିବେଣୀ ରୋଷେଇ କରୁଥିବା ବେଳେ ତାଙ୍କ ଶାଢୀରେ ନିଆଁ ଲାଗିଯାଇଥିଲା । ଏହା ଦେଖି ତାଙ୍କ ସ୍ୱାମୀ ନିଆଁ ଲିଭାଇବାକୁ ଯାଇ ଗୁରୁତର ହୋଇଛନ୍ତି । ଘରେ ନିଆଁ ଲାଗି ଦୁଇଟି ବଖରା ସମ୍ପୁର୍ଣ୍ଣ ପୋଡିଯାଇଛି । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ କରଞ୍ଜିଆ ଡାକ୍ତରଖାନା ପଠାଇଥିଲେ । ସେଠାରେ ଉଭୟ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

Related posts

ଢେଙ୍କାନାଳରେ ବିଶ୍ୱ ମୃତ୍ତିକା ଦିବସ ଅନୁଷ୍ଠିତ

mahabharatanews

ଓଡ଼ିଆ ଭାଷା ସାହିତ୍ୟ ସମିତି, ଓଡ଼ିଶାର ଦ୍ଵାଦଶ ସ୍ଵନକ୍ଷତ୍ର ଦିବସ ସମାରୋହ

mahabharatanews

ଅନୁଗୁଳରେ କୋଇଲା ବୋଝେଇ ଟ୍ରକ୍ ଚଢ଼ାଉ

mahabharatanews

Leave a Comment