ଓଡିଶାପାଣିପାଗ

ଖୋଲିଛି ୩୪ଟି ଗେଟ୍ ; କଟକ ମୁଣ୍ଡଳୀରେ ପହଞ୍ଚିବ ହୀରାକୁଦର ପାଣି

ଭୁବନେଶ୍ୱର : ମହାନଦୀରେ ଆସୁଛି  ବନ୍ୟା । ହୀରାକୁଦର ୩୪ଟି ଗେଟ୍ ଦେଇ ବନ୍ୟାପାଣି ପ୍ରବାହିତ ହୋଇଛି । ବର୍ତ୍ତମାନ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ହୀରାକୁଦ ଡ୍ୟାମର ଅଧିକ ଗେଟ୍ ଖୋଲାଯିବ ନାହିଁ । ତେଣୁ ଆଜି ଅପରାହ୍ନରୁ ସଂଧ୍ୟା ସୁଦ୍ଧା କଟକ ମୁଣ୍ଡଳୀରେ ପିକ୍ ଫ୍ଲଡ ପହଞ୍ଚିବ ଏବଂ ସେତେବେଳକୁ ସାଢେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ତେଣୁ ଅନୁମାନ କରାଯାଉଛି ଏତେ ପାଣି ଆସିବା ପରେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିପାରେ ।

ଏହାରି ଭିତରେ ନରାଜରେ ମହାନଦୀ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି । ୨୬ ଦଶମିକ ୪୧ ମିଟର ବିପଦ ସଙ୍କେତ ଥିବା ବେଳେ ଏହା ଉପରେ ଜଳ ପ୍ରବାହିତ ହେଉଛି । ଜଳକା ନଦୀ ବିପଦ ସଂକେତ ଉପରେ ରହିଛି । ବ୩ରୁ ୪ ଦିନ ହେଲା ଲଗାଣ ବର୍ଷା ହୋଇଛି । ସେଥିପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି  ବିଭିନ୍ନ ନଦୀରେ ବନ୍ୟାଜଳ ଆସିଥିବା ବେଳେ ହୀରାକୁଦ ଡ୍ୟାମରେ ଅଧିକ ପରିମାଣର ପାଣି ଆସିବାରେ ଲାଗିଛି । ତାହା ନିଷ୍କାସନ କରାଯାଉଛି । ନ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନଗୁଡିକୁ ସଜାଗ ରହିବାକୁ କୁହାଯାଇଛି ।

Related posts

 ଖସିଲା ଯାତ୍ରୀବାହୀ ବସ୍; ୪୦ ଜଣ ଆହତ

mahabharatanews

ବିଶ୍ୱ ବ୍ୟାଙ୍କ ଗ୍ରୀଡକୋକୁ ପ୍ରଦାନ କରିଛି ୪୭୧.୨୭ କୋଟି ଟଙ୍କା

mahabharatanews

ଝିମିଟି ଖେଳରୁ ମହାଭାରତ

mahabharatanews