ଓଡିଶା

ଲକ୍ଷ୍ମଣନ୍ନାଥ ରୋଡ ରେଳ ଷ୍ଟେସନର ବିକାଶ ଦାବିରେ ଆମରଣ ଅନଶନ

ମହାଭାରତ, ଜଳେଶ୍ୱର: ରେଳ ବିଭାଗର ବୈମାତୃକ ମନଭାବକୁ ବିରୋଧ କରି ଲକ୍ଷ୍ମଣନ୍ନାଥ ରୋଡ ରେଳ ଷ୍ଟେସନର ଉନ୍ନୟନ କମିଟି ଆସନ୍ତା ୬ ତାରିଖ ଆମରଣ ଅନଶନରେ ବସିବ ବୋଲି ସୂଚନା ଦେଇଛି । ସୂଚନା ଅନୁଯାୟୀ ଓଡ଼ିଶାର ସୀମାନ୍ତ ଷ୍ଟେସନ ହେଉଛି, ଲକ୍ଷ୍ମଣନାଥ ରୋଡ଼ ରେଳ ଷ୍ଟେସନ । ଏହା ଓଡ଼ିଶାର ପ୍ରବେଶ ଦ୍ୱାର । ଓଡ଼ିଶା, ପଶ୍ଚିମବଙ୍ଗର ସୀମାନ୍ତ ବର୍ତୀ ଅଞ୍ଚଳର ଶତାଧିକ ଗ୍ରାମର ଲୋକେ ନିର୍ଭର କରିଥାନ୍ତି । କିନ୍ତୁ ଏଠାରେ ରେଳଯାତ୍ରୀଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇବାରେ ବିଫଳ, ତାସାଙ୍ଗକୁ ଆବଶ୍ୟକ ଥିବା ଭିତ୍ତିଭୂମି ବିକାଶ ମଧ୍ୟ ହୋଇ ପାରୁନାହିଁ । ବିକାଶ କ୍ଷେତ୍ରରେ ବହୁ ପଛରେ ପଡି ଯାଇଛି । ସେହିପରି ଷ୍ଟେସନରେ ନିର୍ଦ୍ଦିଷ୍ଟ କିଛି ଟ୍ରେନର ରହଣି ପାଇଁ ଦୀର୍ଘ ବର୍ଷ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ଏହାକୁ ରେଳବିଭାଗ ଅଣଦେଖା କରି ଆସୁଛି । ଏନେଇ ଉନ୍ନୟନ କମିଟି ପକ୍ଷରୁ ୨୦୧୯ ନଭେମ୍ବର ୨୫ରେ ଦକ୍ଷିଣ ପୂର୍ବ ରେଳ ପଥର, ଖଡ଼ଗପୁର ସ୍ଥିତ ଡିଆରଏମଙ୍କୁ ଛଅ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲା । ତେବେ ଏହା ଭିତରେ ଏକ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ବି ବିଭାଗ ପକ୍ଷରୁ କୈାଣସି ପଦକ୍ଷେପ ନିଆ ଯାଉନାହିଁ । ତେଣୁ ଆସନ୍ତା ଛଅ ତାରିଖରେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଉନ୍ନୟନ କମିଟି ଆମରଣ ଅନଶନରେ ବସିବ ବୋଲି ଡିଆରଏମ,ବାଲେଶ୍ର ଜିଲ୍ଲାପାଳ,ଏସପି, ଜ୍ଲେଶ୍ୱର ପୋଲିସ,ଜଳେଶ୍ୱର ବିଧାୟକଙ୍କ ସମେତ ଅନ୍ୟମାନଙ୍କୁ ଲିଖିତ ଭାବେ ଜଣାଇଛନ୍ତି ବୋଲି କମିଟି ପକ୍ଷରୁ ସୂଚନା ଦେଇଛନ୍ତି ।

Related posts

ସ୍କ୍ରବ୍ ଟାଇଫସ ଆତଙ୍କ; ସୁନ୍ଦରଗଡ଼ରେ ସଂଖ୍ୟା ୪୦୩କୁ ବୃଦ୍ଧି 

mahabharatanews

ବନ୍ଧ୍ୟାକରଣ ଅସ୍ତ୍ରୋପଚାର ସମୟରେ ମହିଳାଙ୍କ ମୃତ୍ୟୁ

mahabharatanews

ଆଖି ବୁଜିଲା ବାଘ ‘ନନ୍ଦନ’

mahabharatanews

Leave a Comment