ଅପରାଧ

ଲୁଟେରା ଗ୍ୟାଙ୍ଗର ୯ ଲୁଟେରା ଗିରଫ, ମାରଣାସ୍ତ୍ର ଜବତ

(ମହାଭାରତ, ଗଞ୍ଜାମ): ଗଞ୍ଜାମ ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ଜିଲ୍ଲା ତଥା ବାହାରେ ଲୁଟ କରୁଥିବା ଏକ ଲୁଟେରା ଗ୍ୟାଙ୍କର ୯ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଦୀର୍ଘଦିନ ଧରି ଗଞ୍ଜାମ ତଥା ବାହାରର ଫାଇନାନ୍ସ କର୍ମଚାରୀମାନଙ୍କୁ ପିସ୍ତଲ ଦେଖାଇ ଏମାନେ ଲୁଟି ଚାଲିଥିଲେ । ଦୀର୍ଘ ଦିନର ପରିଶ୍ରମ ପରେ ପୋଲିସ ଏମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଛି । ଆସିକା, ପୁରୁଷୋତ୍ତମପୁର, ଗାଙ୍ଗପୁର, ରମ୍ଭା, ପୋଲସରା ଆଦି ବିଭିନ୍ନ ଥାନା ଅଞ୍ଚଳରେ ଏହି ଲୁଟେରା ମାନେ ଲୁଚି ରହିଥିବା ଖବର ପାଇ ଗଞ୍ଜାମ ପୋଲିସ ଚଢାଉ ଗିରଫ କରିଥିଲା । ତେବେ ଜିଲ୍ଲାରେ ଲୁଚି ରହିଥିବା ଅନ୍ୟ ଲୁଟେରା ମାନଙ୍କୁ ଧରିବା ପାଇଁ ପୋଲିସ ବର୍ତ୍ତମାନ ଚଢାଉ ଜାରି ରଖିଛି । ଖୁବ ଶୀର୍ଘ ଅନ୍ୟ ଲୁଟେରାମାନେ ଗିରଫ ହେବେ ବୋଲି ଗଞ୍ଜାମ ଏସପି ବ୍ରିଜେଶ ରାଏ କହିଛନ୍ତି । ଗିରଫ ହୋଇଥିବା ୯ ଅଭିଯୁକ୍ତଙ୍କ ଠାରୁ ପୋଲିସ ୪ଟି ବନ୍ଧୁକ, ୧୦ଟି ଜୀବନ୍ତ ଗୁଳି, ଗୋଟିଏ ଖଣ୍ଡା, ୪ଟି ମୋଟର ସାଇକେଲ ଓ ୧୬ଟି ବୋମା ଜବତ କରିଛି ।

Related posts

ସାମ୍ବାଦିକ ଦମ୍ପତିଙ୍କୁ  ହତ୍ୟା, ୫ ଗିରଫ

mahabharatanews

ପଟିଆ ଷ୍ଟେସନ ଅଞ୍ଚଳରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା :ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ

mahabharatanews

ପେଟ୍ରୋଲ ଟ୍ୟାଙ୍କରରେ ବିଦେଶୀ ମଦ ଚାଲାଣ

mahabharatanews