ଅପରାଧ

ବେକରେ ଗାମୁଛା ଲଗାଇ ଛାତ୍ରଙ୍କ ଆତ୍ମହତ୍ୟା

(ତାରାକାନ୍ତ ନାୟକ/ସାଲେପୁର): କଟକ ଜିଲ୍ଲା ସାଲେପୁର ବ୍ଲକ ବାଲିସାହି ପଞ୍ଚାୟତର ମାଛୁଆତି ଗାଁରେ ଭଡାଘରେ ରହୁଥିବା ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ସିଡୋ ପଞ୍ଚାୟତର ସୁଦାମ ବେହେରାଙ୍କ ପୁଅ ନୀଳକଣ୍ଠ ବେହେରା ବୋଲି ଜଣାପଡିଛି । ସେ ସାଲେପୁର କଲେଜରେ +୨ ବିଜ୍ଞାନର ଛାତ୍ର ଥିଲେ । ଆଜି ସକାଳେ ସେ ରହୁଥିବା ଭଡା ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ । ପରିବାର ଲୋକେ ତାଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

Related posts

ଜୁଇରୁ କୁଆଁରୀ ଝିଅର ଦରପୋଡା ମାଂସ ଖାଇବାକୁ ନେଇ ଉତ୍ତେଜନା

mahabharatanews

ଏଟିଏମ ଲୁଟ ଉଦ୍ୟମ ବିଫଳ ! ଜଣେ ଗିରଫ

mahabharatanews

ବ୍ରେନ ମ୍ୟାପିଂ ପାଇଁ  ମନା କଲା ସରୋଜ 

mahabharatanews