ଅପରାଧ

ଗୁଳିମାଡରେ ଯୁବକ ଗୁରୁତର

(ମହାଭାରତ, ଜଗତସିଂପୁର): ଜଗତସିଂପୁର ଜିଲ୍ଲା ବାଲିକୁଦାର ଅଲାଭର ଗାଁରେ ଦୁଇ ଅପରାଧୀ ଗୋଷ୍ଠୀ ମଧ୍ୟରେ ଗତକାଲି ରାତିରେ ଫାୟାରିଂ ହୋଇଥିବା ଜଣାଯାଇଛି । ପୂର୍ବ ଶତ୍ରୁତାରୁ ହୋଇଥିବା ଏହି ଗୁଳିମାଡରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଯୁବକଙ୍କ ଜଂଘରେ ଗୁଳି ବାଜିଥିବା ଜଣାଯାଇଛି । ତାଙ୍କୁ ପ୍ରଥମେ ଜଗତସିଂହପୁର ମେଡିକାଲ ନିଆଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ବାଲିକୁଦା ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଗତସିଂପୁର ସଦର ଏସଡିପିଓ କହିଛନ୍ତି ।

Related posts

ବିଦ୍ୟାଭାରତୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି

mahabharatanews

ସେକ୍ସ ରାକେଟ ଠାବ ସହ ୨ ଜଣ ଯୁବକ ଗିରଫ

mahabharatanews

ଖଡ଼ିଆଳ ପୋଲିସ ଦ୍ୱାରା ୧୦ ଟି ଚୋରି ମୋବାଇଲ ଉଦ୍ଧାର

mahabharatanews