ଓଡିଶା

ଲୋଞ୍ଜିନ୍ସର ଘଣ୍ଟାର ଉଦ୍ଘାଟନ କଲେ ଦଙ୍ଗଲ ଗାର୍ଲ

ଭୁବନେଶ୍ୱର: ପ୍ରେମର ପର୍ବକୁ ପାଳନ କରି ଲୋଞ୍ଜିନ୍ସ ଆଜି ଭୁବନେଶ୍ୱରରେ ଏହାର କନ୍କ୍ୱେଷ୍ଟ କ୍ଲାସିକ୍ କଲେକ୍ସନର ବଜାର ପ୍ରବେଶ କରାଇଛି । ମଦର-ଅଫ୍-ପର୍ଲ, ଡାଏମଣ୍ଡର ମିଶ୍ରଣ ଓ ଗୋଲାପୀ ଛୁଅାଁ ସହ ପ୍ରସ୍ତୁତ ହୋଇଥିବା ଡାଏଲ ସହ ଏହି କଲେକ୍ସନ ବ୍ରାଣ୍ଡର ଆଇକନିକ୍ ଆକର୍ଷଣ ପ୍ରତି ଥିବା ବିଶ୍ୱାସକୁ ଧରି ରଖିଛି । ଏସ୍ପ୍ଲାନେଡ୍ ୱାନ୍ ମଲ୍ରେ ଥିବା ଲୋଞ୍ଜିନ୍ସ ପିଓଏସ୍ରେ ଏହି କଲେକ୍ସନକୁ ଉପସ୍ଥାପିତ କରିବାକୁ ଏହି ସ୍ୱିସ୍ ଘଂଟା ବ୍ରାଣ୍ଡ ଜଣାଶୁଣା ଅଭିନେତ୍ରୀ ତଥା ଦଙ୍ଗଲ ଗାର୍ଲ ସାନ୍ୟା ମାଲହୋତ୍ରା ଉଦ୍ଘାଟନ କରିଛନ୍ତି । ଏହି କଲେକ୍ସନ ଉପରେ ସୂଚନା ଦେଇ ସାନ୍ୟା କହିଲେ, ଆଜିର ମହିଳାଙ୍କ ପାଇଁ କଲେକ୍ସନ ବେଶ୍ ଉପଯୁକ୍ତ । ମହିଳାଙ୍କ ପାଇଁ ଏହାଠାରୁ ଭଲ କୌଣସି ଭାଲେଂଟାଇନ୍ ଉପହାର ହୋଇପାରିବ ବୋଲି ମୁଁ ଭାବୁନାହିଁ । କନ୍କ୍ୱେଷ୍ଟ କ୍ଲାସିକ୍ ନିଶ୍ଚିତ ଭାବେ ଆପଣଙ୍କ ପ୍ରେମୀର ହୃଦୟକୁ ଜିତିବ ବୋଲି ସେ କହିଛନ୍ତି ।

Related posts

ଆସୁଛି ବଡ ବର୍ଷା; ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

mahabharatanews

୧୫ ସୁଦ୍ଧା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ

mahabharatanews

୨୩ରୁ ଖୋଲିବ ଧର୍ମାନୁଷ୍ଠାନ

mahabharatanews