ଓଡିଶା

ଜମି ମାମଲା ନେଇ ଯୁବକଙ୍କୁ ପୋଲିସର ମାଡ଼ ଅଭିଯୋଗ

(ମହାଭାରତ, କୋରାପୁଟ): କୋରାପୁଟ ଜିଲ୍ଲାର ନନ୍ଦପୁର ଥାନା ପୋଲିସ ଏକ ଜମି ମାମଲାକୁ ନେଇ ଜଣେ ଯୁବକଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଲକ୍ସମନି ପ୍ରଧାନୀ ନାମକ ଜଣେ ଯୁବକଙ୍କୁ ନନ୍ଦପୁର ଏସଡିପିଓ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଗତ ୯ ତାରିଖ ଦିନ ନନ୍ଦପୁର ଥାନା ଅନ୍ତର୍ଗତ ଲକ୍ସମନି ପ୍ରଧାନ ନିଜ ସ୍ତ୍ରୀଙ୍କ ସହ ଏକ ବାହାଘର ଭୋଜି ଖାଇବାକୁ ଯାଉଥିଲେ । ଏହି ସମୟରେ ନନ୍ଦପୁର ଏସଡିପିଓ ତପନ କୁମାର ମହାନନ୍ଦ କୌଣସି ଏକ ଜମି ମାମଲାକୁ ଆଧାର କରି ବିନା ଏଫଆଇଆରରେ ତାଙ୍କୁ ଉଠାଇ ନେଇଥିଲେ । ପରେ ଥାନାରେ ତାଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିବା ସହ ମାଡ଼ ମାରିଥିଲେ ବୋଲି ଯୁବକଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଥାନାରେ ପ୍ରବଳ ମାଡ଼ ଖାଇ ଯୁବକ ଜଣକ ଗୁରୁତର ହୋଇଥିଲେ । ଫଳରେ ତାଙ୍କୁ ପ୍ରଥମେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ପଠାଇ ଦିଆଯାଇଛି । ତେବେ ଏନେଇ ନନ୍ଦପୁର ଏସଡିପିଓଙ୍କ କୌଣସି ପ୍ରତିକ୍ରିୟା ମିଳି ନ ଥିବା ବେଳେ ନନ୍ଦପୁରରେ ପୋଲିସର ଗୁଣ୍ଡାରାଜ ଚାଲିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

Related posts

ଜୋରରେ ମରି ଭାସିଲେ ଚାଇନା ପ୍ରଜାତିର ମାଛ

mahabharatanews

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ବ୍ଲକର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁ ମାନଙ୍କ ପାଇଁ ପାଳିତ ହେଉଛି ଓଜନ ଉତ୍ସବ

mahabharatanews

 ୪ ଦ୍ୱାର ଖୋଲିବା ପ୍ରସଙ୍ଗରେ କଂଗ୍ରେସ କରିବ ସଂକୀର୍ତ୍ତନ

mahabharatanews