ପାରାଦୀପ: ଗତ ନଭେମ୍ବର ୧୦ତାରିଖ କଟକ-ପାରାଦୀପ ରେଳପଥ ବନ୍ଧବାଟୀ ଲେବଲ କ୍ରସିଂ ର ଅନତୀ ଦୂରରେ କଲେଜ ଛାତ୍ରୀ ର କ୍ଷତବିକ୍ଷତ ମୃତ ଦେହ ମିଳିବା ଘଟଣାକୁ ୧ମାସ ବିତିଯାଇଛି । ଜିଅ ।ରପି ପୁଲିସ ଏହି ମାମଲାରେ ଏକ ଆତ୍ମହତ୍ୟା ମାମଲା ରୁଜୁ କରି ି ଜଣକୁ ଗିରଫ କରି ଚୁପ ବସିଛି ।
ଅପର ପକ୍ଷରେ ଏହି ଘଟଣାକୁ ନେଇ ରାଜ୍ୟ ମହିଳା ବିଜେପି ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ଏକ ଟିମ୍ ମୃତ ଶୁଭଲକ୍ଷ୍ମୀଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଥିଲେ । ପରିବାରକୁ ଭେଟିବା ପରେ ପ୍ରଭାତୀ ଅଭିଯୋଗ କରିଛନ୍ତି କି, ଏଥିରେ ରାଜନୈତିକ ସମ୍ପୃକ୍ତି ରହି ଥିବାରୁ ପୁଲିସ ଘଟଣାର ଉପଯୁକ୍ତ ତଦନ୍ତ କରୁନାହିଁ । ପ୍ରଭାତୀ କହିଥିଲେ ମୃତକର ପରିବାର ଦୁଇ ଜଣଙ୍କ ନାଁରେ ହତ୍ୟା ଅଭିଯୋଗ ଅ ।ଣିଥିଲେ । ଜିଆରପି ପୁଲିସ କେବଳ ସୁଭ୍ରାଂଶୁକୁ ଗିରଫ କରିଛି । କିନ୍ତୁ ଦ୍ୱିତୀୟ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା ଶୁଭଲକ୍ଷ୍ମୀର ରୁମମେଟ ଶାନ୍ତିଲତା ଭୋଇକୁ ପୁଲିସ ଗିରଫ କରିନାହିଁ କି ଜେରାରେ ଅନ୍ତର୍ଭୁକ୍ତ କରି ନାହିଁ । ସେହିପରି କଟକର ଯେଉଁ ଘରେ ରହି ଶୁଭଲକ୍ଷ୍ମୀ ପଢୁଥିଲା ସେ ଘର ପାରାଦୀପ ବିଧାୟକଙ୍କ ସମ୍ପର୍କୀୟଙ୍କର ହୋଇଥିବାରୁ ଘଟଣାକୁ ଚାପି ଦେବାର ଉଦ୍ୟମ ହେଉଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ।
ତେଣୁ ଏହି ଘଟଣାକୁ ନେଇ ନୂତନ ଡିଜିଙ୍କୁ ଭେଟିବା ସହ ପରିବାରଙ୍କୁ ନ୍ୟାୟ ନ ମିଳିବା ଯାଏ ଏବଂ ଅଭିଯୁକ୍ତମାନଙ୍କ ବିରୋଧରେ ୩୦୨ମାମଲା ରୁଜ୍ଜୁ ନ ହେବା ପର୍ଯ୍ୟନ୍ତ ଅ ।ନ୍ଦୋଳନ ଜାରି ରଖିବ ବୋଲି ବିଜେପି ମହିଳା ମୋର୍ଚ୍ଚା କହିଥିଲା । ଅନ୍ୟପଟେ ଜିଅ ।ରପି ପୁଲିସ ଗଣମାଧ୍ୟମଠାରୁ ନିଜକୁ ଦୂରେଇ ରଖୁଥିବାରୁ ଘଟଣାର ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ଦୃଢ ହେଉଛି ।