ଓଡିଶା

ଶ୍ରୀମନ୍ଦିର ରେ ପାଳନ ହେବ ନନ୍ଦୋତ୍ସବ

(ଜୟନ୍ତ କୁମାର ସେଠୀ / ଗୋପ) ; ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ଜନ୍ମାଷ୍ଟମୀ ନୀତି। ଏଥି ସହିତ ଆରମ୍ଭ ହୋଇଛି ଶ୍ରୀକୃଷ୍ଣ ଲୀଳା। ଦ୍ଵିତୀୟ ଦିନ ରେ ଆଜି ଶ୍ରୀମନ୍ଦିର ରେ ପାଳିତ ହୋଇ ଥାଏ ନନ୍ଦୋତ୍ସବ ଓ ବିଜୁଳି କନ୍ୟା ନୀତି । ମଙ୍ଗଳ ଆଳତି ପରେ ରାମକୃଷ୍ଣ, ମଦନମୋହନଙ୍କୁ ଜଗମୋହନରେ ଥିବା ଦୋଳିରେ ବିଜେ କରାଯାଇଥାଏ। ଦୋଳିରେ ଝୁଲୁଥିବା ରାମକୃଷ୍ଣ ଓ ମଦନମୋହନ ଖଟରେ ବିଜେ ହୋଇ ଥାନ୍ତି ।ତିନିବିଗ୍ରହଙ୍କୁ ମାର୍ଜଣା, ମାଳ ଲାଗି ବେଶ କରାଯାଇ ଥାଏ। ପରେ ପାଲିଙ୍କିରେ ଠାକୁର ଲକ୍ଷ୍ମୀମନ୍ଦିର ଜଗମୋହନକୁ ବିଜେ କରନ୍ତି। ଭିତରଚ୍ଛ ମହାପାତ୍ରେ ନନ୍ଦ ମହାରାଜାଙ୍କ ଭୂମିକା ନେଇଥାନ୍ତି। ସେଠାରେ ନନ୍ଦୋତ୍ସବ ନୀତି ହୋଇ ଥାଏ। ଭଣ୍ଡାରଘରୁ ଦୁର୍ଗାଦେବୀ ମା’ ସୁଭଦ୍ରାଙ୍କ ବାଡ଼ରୁ ଆଜ୍ଞାମାଳ ପାଇ ବିଜେ ହେବାରେ ବିଜୁଳି କନ୍ୟା ନୀତି ହୋଇଥାଏ ।

 

Related posts

ନଦୀରେ ଭାସୁଛି ଅଚିହ୍ନା ଯୁବକଙ୍କ ଶବ; ହତ୍ୟା ସନ୍ଦେହ

mahabharatanews

ଜନ୍ମମାଟିରେ ଶହିଦ ଯବାନ ସୁଧୀର ଟୁଡୁଙ୍କ ଶେଷକୃତ୍ୟ ସମ୍ପନ୍ନ

mahabharatanews

ବ୍ଲକସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ

mahabharatanews