ଓଡିଶା

ସନା ହେଲେ ବିଶ୍ୱର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ

(ମହାଭାରତ/ହେଲସିଙ୍କି): ଫିିନଲାଣ୍ଡର ୩୪ବର୍ଷୀୟା ସାଂସଦ ସନା ମାରିନ ବିଶ୍ୱର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହେଲେ । ଡେମୋକ୍ରେଟିକ ପାର୍ଟି ରବିବାର ଦିନ ସନା ମାରିନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚୟନ କରିଛି । ଏହାପୂର୍ବରୁ ସନା ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି ।
ଫିନଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଡେମୋକ୍ରେଟିକ ପାର୍ଟିର ପୂର୍ବତନ ଅଧ୍ୟକ୍ଷ ଏଣ୍ଟି ି ରିନେ ଦେଶରେ ପାଞ୍ଚଟି ପାର୍ଟିକୁ ନେଇ ମେଣ୍ଟ ସରକାର ଚଳାଉଥିଲେ । କିନ୍ତୁ ଏଣ୍ଟି ରିନେଙ୍କ ନୀତି ବିରୋଧରେ ଦେଶରେ ଦୀର୍ଘଦିନ ହେବ ବିକ୍ଷୋଭ ପ୍ରଦର୍ଶନ ·ଲିଥିଲା । ୭୦୦ଡାକ କର୍ମ·ରୀଙ୍କ ଅ·ନକ ଦରମା ବନ୍ଦ କରିବା ଯୋଗୁଁ ସହଯୋଗୀ ଦଳମାନେ ଏଣ୍ଟିଙ୍କୁ ଦେଇଥିବା ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ । ସହଯୋଗୀ ଦଳଙ୍କ ବିଶ୍ୱାସ ମତ ହରାଇବା ପରେ ଡିସେମ୍ବର ତିନି ତାରିଖରେ ର୍ନିବାଚନ ହୋଇଥିଲା । ରବିବାର ଦିନ ସନାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରାଯାଇଛି ।

Related posts

ବିଶ୍ୱ ବ୍ୟାଙ୍କ ଗ୍ରୀଡକୋକୁ ପ୍ରଦାନ କରିଛି ୪୭୧.୨୭ କୋଟି ଟଙ୍କା

mahabharatanews

ଡିସେମ୍ବର ସୁଦ୍ଧା ଘରଡିହ ନଥିବା ପରିବାରକୁ ମିଳିବ ପଟ୍ଟା

mahabharatanews

ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ପୁଣି ଅସୁସ୍ଥ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

mahabharatanews

Leave a Comment