ଓଡିଶା

ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ହାତେଇଲେ ଦକ୍ଷିଣ ଆଫ୍ରିକାର ଜୋଜିବିନୀ

(ମହାଭାରତ/ଆଟଲାଣ୍ଟା): ଦକ୍ଷିଣ ଆଫ୍ରିକାର ଜୋଜିବିନୀ ଟୁଞ୍ଜୀ ବ୍ରହ୍ମାଣ୍ଡ ସୁନ୍ଦରୀ-୨୦୧୯ର ମୁକୁଟ ହାତେଇ ନେଇଛନ୍ତି । ଆମେରିକାର ଅଟଲାଣ୍ଟାରେ ରବିବାର ମିସ୍ ୟୁନିଭର୍ସ-୨୦୧୯ର ଅନ୍ତିମ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଭାଗ ନେଇଥିବା ୯୦ ଦେଶର ସୁନ୍ଦରୀଙ୍କୁ ଜୋଜିବିନୀ ପଛରେ ପକାଇ ଏହି ପ୍ରତିଯୋଗିତାକୁ ନିଜ ନାମରେ କରି ନେଇଥିଲେ । ଜୋଜିବିନୀଙ୍କ ସହ ୨୦ ଜଣ ସୁନ୍ଦରୀ ସେମି ଫାଇନାଲ୍ ପର୍ୟ୍ୟନ୍ତ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ ଭାରତର ବର୍ତ୍ତିକା ସିଂହ ମଧ୍ୟ ଥିଲେ । ପୋର୍ଟୋରିକୋର ମାଡିସନ ଏଣ୍ଡରସନ ଏହି ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଥିବା ବେଳେ ତୃତୀୟ ସ୍ଥାନ ମେକ୍ସିକୋର ସୋଫିଆ ଅ ।ରାଗନ ଅଧିକାର କରିଛନ୍ତି ।

Related posts

ଶ୍ରୀମନ୍ଦିର ପରିସରରେ ହେବ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା

mahabharatanews

୫ଜି ସ୍ପେକ୍ଟ୍ରମ୍ ନିଲାମ: ଚତୁର୍ଥ ଦିନରେ ୧.୪୯ ଲକ୍ଷ କୋଟି ପର୍ୟ୍ୟନ୍ତ ଟେଣ୍ଡର

mahabharatanews

ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ବ୍ୟବହାରକାରୀଙ୍କ ପାଇଁ ମୋହନ ସରକାରଙ୍କ ବଡ଼ ଆକ୍ସନ

mahabharatanews