ଓଡିଶା

ସାଇଟ୍ ସେଭର୍ ପକ୍ଷରୁ ମାଗଣା ଚକ୍ଷୁ ଶିବିର

(ମହାଭାରତ, ହିଞ୍ଜିଳି): ଚକ୍ଷୁ ରୋଗରୁ ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଶିବିର ଗୁଡିକର ଆୟୋଜନ କରି ଏହାର ଦୂରୀକରଣ ପାଇଁ ଚେଷ୍ଟା ଜାରି ରହିଛି । ଗଞ୍ଜାମ ଜିଲ୍ଲା ଆଡପୋଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏନଜିଓ ସଂସ୍ଥା ସାଇଟ୍ ସେଭର ଓ ଆଲରଜନର ମିଳିତ ଉଦ୍ୟମରେ ଏକ ଦିନିକିଆ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି । ସମରଝୋଳ ସ୍ଥିତ ଶଙ୍କର ନେତ୍ରାଳୟର ସହଯୋଗରେ ସୋମବାର ଏହି ଶିବିରର ଆୟୋଜନ ହୋଇଥିଲା । ସାଇଟ୍ ସେଭର ସଂସ୍ଥାର ଅଧ୍ୟକ୍ଷ ଡ଼. ଏସୟୁଇ କୁରେଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାଗଣା ଚକ୍ଷୁ ଶିବିରର ଉଦଘାଟନ କରିଥିଲେ । ବୋର୍ଡ ମେମ୍ବର ଆରଏନ ମହାନ୍ତି, ଗ୍ଲୁକୋମା ସହ-ନିର୍ଦ୍ଦେଶକ ହିତେଶ ଚାନ୍ଦୁଆନ, ଡାକ୍ତର ସୁଦୀପ ଦାସ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମୋତିଆ ବିନ୍ଦୁ ଓ ଚକ୍ଷୁ ସମ୍ପର୍କିତ ଅନ୍ୟ ରୋଗ ଗୁଡିକର ଦୂରୀକରଣ ପାଇଁ ପ୍ରଥମ ଥର ପାଇଁ ଗଞ୍ଜାମରେ ପରୀକ୍ଷାମୂଳକ ଭାବେ ଏହି ଶିବିରର ଆୟୋଜନ ହୋଇଥିବା ଅତିଥିମାନେ କହିଛନ୍ତି । ପ୍ରାୟ ଶହେରୁ ଉଦ୍ଧ୍ୱର୍ ବ୍ୟକ୍ତି ଶିବିରରେ ଯୋଗ ଦେଇ ମାଗଣାରେ ଚକ୍ଷୁ ପରୀକ୍ଷା କରିଥିବା ଜଣାଯାଇଛି । ଆଗାମୀ ଦିନରେ ଏହି ଶିବିର ବ୍ଲକର ପ୍ରତି ଗାଁରେ ଅନୁଷ୍ଠିତ ହେବାକୁ ଯୋଜନା କରାଯାଇଥିବା ଶଙ୍କର ନେତ୍ରାଳୟର ଅଧିକାରୀ ବି. ଶ୍ରୀନିବାସ କହିଛନ୍ତି ।

ସମାଜ ରେ ଦିନକୁ ଦିନ ଚକ୍ଷୁ ରୋଗ ରେ ଅନେକ ଲୋକ ଆକ୍ରାନ୍ତ ହୋଇ କିଏ ନିଜର ବହୁ ମୂଲ୍ୟବାନ ଚକ୍ଷୁ ହରାଉଛି ତ ଆଉ କାହାର ଚକ୍ଷୁ ନିଷ୍ଟ ହେବାର ନଜର ରହିଛି। ଚକ୍ଷୁର ରକ୍ଷା ପାଇଁ ଦର୍ଶନ ରକ୍ଷଣ ନାମକ ଏକ ଶିବିର କରି ରୋଗରୁ ଦୂରୀକରଣ ପାଇଁ ଶଙ୍କର ନେତ୍ରାଳୟା ଚକ୍ଷୁ ଜୋର୍ ସୋର୍ ପ୍ରୟାସ ଜାରି ରଖିଛି। ଏହି ଅବସର ରେ ଗଞ୍ଜାମ ଜିଲ୍ଲା ଆଡପୋଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ସମରଝୋଳ ସ୍ଥିତ ଶଙ୍କର ନେତ୍ରାଳୟ ସହଯୋଗରେ ଆନ୍ତର୍ଜାତିକ ଏନଜିଓ ସଂସ୍ଥା ସାଇଟ୍ ସେଭର୍ ଓ ଆଲରଜନ୍ ସଂସ୍ଥାର ମିଳିତ ଉଦ୍ୟମରେ ଆଡପୋଡ଼ା ଗ୍ରାମ ରେ ଦିନିକିଆ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଯାଇଅଛି। ଏହି ଶିବିରକୁ ସାଇଟ୍ ସେଭର୍ ଅଧ୍ୟକ୍ଷ ଡ଼ଃ ଏସୟୁଇ.କୁରେଶ୍, ବୋର୍ଡ ମେମ୍ବର ଆରଏନ. ମହାନ୍ତି,ଗ୍ଲୁକୋମା ସହ ନିର୍ଦେଶକ ହିତେଶ ଚାନ୍ଦୁଆନ,ଗୋପିନାଥ, କ୍ରିପା,ଶଙ୍କର ଚକ୍ଷୁ ଚିକିତ୍ସାଳୟ ସିଓ କମାଣ୍ଡ ଅରବିନ୍ଦ ମହାନ୍ତି,ଡାକ୍ତର ସୁଦୀପ ଦାସ ଅତିଥି ଭାବେ ଯୋଗ ଦେଇ ଏହି ଶିବିର କୁ ଉଦ୍ଘାଟନ କରିଥିଲେ। କଳା ମୋତିଆ ବିନ୍ଦୁ ଚକ୍ଷୁ ରୋଗ ଦୂରୀକରଣ କରିବା ପାଇଁ ଏହା ଗଞ୍ଜାମ ରେ ପ୍ରଥମେ ପାଇଲଟ ପ୍ରୋଜେକ୍ଟ ଭାବେ ଅନୁଷ୍ଠିତ ହୋଇଥିବା ଅତିଥି ମାନେ ମତ ଦେଇଛନ୍ତି। ଏହି ଶିବିର ରେ ମାଗଣା ରେ ୧୦୦ ଉର୍ଦ୍ଧ୍ୱ ବ୍ୟକ୍ତି ଚକ୍ଷୁ ପରୀକ୍ଷା କରିଥିବା ବେଳେ ଆଗାମୀ ଦିନରେ ଏହି ଶିବିର ଗାଁ,ଗାଁ ରେ କରିବା ପାଇଁ ଲକ୍ଷ୍ୟ ରଖିଥିବା ଶଙ୍କର ନେତ୍ରାଳୟା ପବ୍ଲିକ ରିଲେସନ ଅଫିସର୍ ତଥା ଆଇନ୍ ପରାମର୍ଶ ଦାତା ବି. ଶ୍ରୀନିବାସ କହିଛନ୍ତି। ଏହି ଶିବିର ରେ ସ୍ଥାନୀୟ ସରପଞ୍ଚ ଓ ଶଙ୍କର ନେତ୍ରାଳୟା କର୍ମକର୍ତ୍ତା ମାନେ ପରିଚାଳନା କରୁଥିଲେ।

Related posts

ଭୁବନେଶ୍ୱରର ପ୍ରମୁଖ ଆକର୍ଷଣ; ବିଶ୍ୱକପ୍ ଓ ଆବର୍ଜନ

mahabharatanews

କଟକ ଜିଲ୍ଲା ଜଗତପୁର ଅଞ୍ଚଳରେ ହାତୀ ଆତଙ୍କ

mahabharatanews

ସାହରପଡା ବନାଞ୍ଚଳରୁ ଲକ୍ଷାଧିକ ଟଙ୍କାର ଶାଳକାଠ ଜବଦ

mahabharatanews