ଓଡିଶା

ନାରାୟଣ କଲୋନୀ କୁଷ୍ଠାଶ୍ରମରେ ଜିଲ୍ଲା ରେଡକ୍ରସ ତରଫରୁ ପନିପରିବା ବଣ୍ଟନ

(ବଲାଙ୍ଗୀର/ମଧୂସୁଦନ ବହିଦାର): ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ନାରାୟଣ କଲୋନୀ କୁଷ୍ଠାଶ୍ରମର ଅନ୍ତେବସୀଙ୍କୁ ଜିଲ୍ଲା ଜୁନିଅର୍ ରେଡକ୍ରସ ଓ ଯୁବ ରେଡକ୍ରସ୍ ମିଳିତ ସହଯୋଗ ରେ ପନିପରିବା ବଣ୍ଟନ କରିଥିଲେ। କାର୍ୟ୍ୟକ୍ରମରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଜିଲ୍ଲା ରେଡକ୍ରସ୍ ସମ୍ପାଦକ ଶଙ୍କର୍ଷଣ ପଧାନ , ଜିଲ୍ଲା ଶିକ୍ଷାଧିକାରୀ ଧୃବ ଚରଣ ବେହେରା , ଜିଲ୍ଲା ଜୁନିଅର୍ ରେଡକ୍ରସ୍ ସମ୍ପାଦକ ଜ୍ୟୋତି ପ୍ରସାଦ ପରିଡ଼ା ଓ ପୁଇଁନ୍ତଲା ବ୍ଲକ ଶିକ୍ଷାଧିକାରୀ ନେପାଳ ଚନ୍ଦ୍ର ବାଗ୍ ଉପସ୍ଥିତ ଥିଲେ। ପ୍ରଥମରେ ଅନ୍ତେବାସୀ ମାନଙ୍କୁ ମାସ୍କ ଓ ସାମାଜିକ ଦୂରତା ସଚେତନତା କରାଯାଇଥିଲା । ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ଗୋପାଳ ବେହେରା ହାତ ଧୋଇବାର ୬ଟି ସୋପାନକୁ ପ୍ରଦର୍ଶନ କରିବା ସହ ବାରମ୍ବାର ସାବୁନ ସାହାଯ୍ୟରେ ହାତ ଧୋଇବା ପାଇଁ ବୁଝାଇଥିଲେ। ପରେ ସାମାଜିକ ଦୂରତା କୁ ଆଖି ଆଗରେ ରଖି ୭୦ ଟି ପାରିବାରକୁ ଦୁଇ ଭାଗରେ ବିଭକ୍ତ କରି ଶାଗ, ଖଡା,ବିଲାତି ବାଇଗଣ, ବାଇଗଣ, କଖାରୁ, ଭେଣ୍ଡି, କୁନ୍ଦୁରୁ, ଆଳୁ,ଗାଜର,କାକୁଡି,କଞ୍ଚାମରିଚ ପ୍ରଭୃତି ପନପରିବା ବଣ୍ଟନ କରାଯାଇଥିଲା । ଏଠାରେ ପ୍ରକାଶ ଥାଉକି ଲକଡାଉନ୍ ସମୟରେ ପନିପରିବା ଚାଷୀ ପରିବାକୁ ବିକ୍ରି କରିବାରେ ଅସୁବିଧା ହେଉଛି । ଏହାକୁ ଲକ୍ଷ୍ୟରଖି ରେଡକ୍ରସ ସ୍ଵେଚ୍ଛାସବୀ ମାନେ ପାଟଣାଗଡ଼ ନିକଟସ୍ଥ କୁତମୁଣ୍ଡା, ପଥଲା, ମାରୁଆ, ଦଲଦଳୀ, ବଲାଙ୍ଗୀର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି,କଅଁଗାଁ ପ୍ରଭୃତି ପାରିବା ଚାଷୀ ପାଖକୁ ଯାଇ ସମବେଦନା ଜ୍ଞାପନ କରିବା ସହ ଉଚିତ୍ ମୂଲ୍ୟ ଦେଇ ପନିପରିବା ଚାଷୀ ଠାରୁ ପରିବା କିଣିଥିଲେ । କରୋନା ଭୂତାଣୁର ସଂକ୍ରମଣକୁ ଆଖି ଆଗରେ ରଖି ଚାଷୀ ଠାରୁ କିଣି ଥିବା ପନିପରିବା କଲୋନୀର ଅନ୍ତେବସୀ ମାନଙ୍କ ମଧ୍ୟରେ ବଣ୍ଟନ କରିଥିଲେ । କାର୍ୟ୍ୟକ୍ରମରେ କରୋନା ଯୋଦ୍ଧା ମାନଙ୍କୁ ସେମାନଙ୍କର ଉତ୍ସର୍ଗୀୃତ ସେବା ପାଇଁ କରତାଳି ମାଧ୍ୟମରେ ଶୁଭେଚ୍ଛା ପ୍ରଦାନ ଅନ୍ତେବାସୀମାନଙ୍କ ଦ୍ଵାରା ହୋଇଥିଲା। କାର୍ୟ୍ୟକ୍ରମରେ ଘସୀଏନ ଡିଗ୍ରୀ କଲେଜ ଯୁବ ରେଡକ୍ରସ୍ର ପ୍ରହଲ୍ଲାଦ ସାହୁ , ସ୍ଵେଚ୍ଛାସବୀ ମୀନକେତନ ଡାଙ୍ଗ , ଜୁନିଅର ରେଡକ୍ରସ୍ ର ଘନଶ୍ୟାମ ମେହେର , ରାମ ନାରାୟଣ ଦାଶ ଯୁଵ ସାମ୍ବାଦିକ ଅନ୍ତର୍ୟାମି ସାହୁ,ଯୁଵ ସାମ୍ବାଦିକ ଵିରଞ୍ଚି ନାୟକ, ସାମ୍ବାଦିକ ମୋତିଲାଲ ମିଶ୍ର, ପ୍ରଭୃତି ଅଂଶ ଗ୍ରହଣ କରିଥିଲେ ।

Related posts

ସମ୍ପାଦକଙ୍କ ଅବହେଳାରୁ ଚାଷୀଙ୍କ ଧାନ ବିକ୍ରୀ ହୋଇନପାରିବା ଅଭିଯୋଗ

mahabharatanews

ବନ କର୍ମଚାରୀଙ୍କ ମୃତ୍ୟୁ ପରେ ଡିଏମଙ୍କୁ କାରଣ କଲେ ଝିଅ

mahabharatanews

୭୩୦୩ବୁଥରେ ଭୋଟ ଦେଉଛନ୍ତି ମତଦାତା

mahabharatanews