ଓଡିଶା

ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇର ପରିବାର ମୂଳପୋଛ

(ମହାଭାରତ, ବଣାଇ): ସୁନ୍ଦରଗଡ ଜିଲ୍ଲା ବଣାଇଥାନା ଅନ୍ତର୍ଗତ ଦେଉଳହୁଡି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଜମିବାଡି ଓ ଟଙ୍କାପଇସାକୁ କେନ୍ଦ୍ର କରି ସାନ ଭାଇ ବଡ ଭାଇର ପରିବାରକୁ ହତ୍ୟା କରିଛି । ମୃତକ ମାନଙ୍କ ମଧ୍ୟରେ ୨ ଶିଶୁ ଓ ଜଣେ ମହିଳା ଅଛନ୍ତି । ଏମାନେ ମୃତକ କାନ୍ଦେ ମୁଣ୍ଡାଙ୍କ ପରିବାର ବୋଲି ଜଣାପଡିଛି । ତେବେ ହତ୍ୟାକାରୀ କାଳୀ ମୁଣ୍ଡା ମୃତକ କାନ୍ଦେ ମୁଣ୍ଡାଙ୍କ ସାନଭାଇ ବୋଲି ଜଣାଯାଇଛି । ଜମି ଜମା ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ସାନ ଭାଇ କାଳୀ ମୁଣ୍ଡା ଓ ତାଙ୍କ ବଡ ଭାଇ କାନ୍ଦେ ମୁଣ୍ଡାଙ୍କ ମଧ୍ୟରେ ଜମି ଜମାକୁ ନେଇ ପୂର୍ବରୁ ବିବାଦ ରହିଥିଲା ।ଗତ ଶନିବାର ଉଭୟଙ୍କ ମଧ୍ୟରେ ଏହାକୁ ନେଇ ପୁଣି ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ସାନ ଭାଇ ନିଜ ବଡ ଭାଇ କାନ୍ଦେ ମୁଣ୍ଡାଙ୍କୁ ଟାଙ୍ଗିଆରେ ଚୋଟ ପକାଇଥିଲା । ଫଳରେ ଘଟଣାସ୍ଥଳରେ ବଡ ଭାଇଙ୍କ ମୃତ୍ୟୂ ହୋଇଥିଲା । ଏହାପରେ ଅଭିଯୁକ୍ତ କାଳୀ ମୁଣ୍ଡା ତା’ ବଡ ଭାଇର ପରିବାରକୁ ମଧ୍ୟ ଛାଡି ନଥିଲା । କାନ୍ଦେ ମୁଣ୍ଡାଙ୍କ ସ୍ତ୍ରୀ ଓ ତାଙ୍କର ଦୁଇ ଶିଶୁଙ୍କୁ ହତ୍ୟା କରିଥିଲା । ଏହି ଘଟଣା ପରେ କାଳୀ ମୁଣ୍ଡା ଫେରାର ହୋଇଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Related posts

୨ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୱାର୍ଣ୍ଣିଂ ଜାରି  

mahabharatanews

ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୩ରେ ଗଞ୍ଜାମ ଜିଲ୍ଲା ତଥା ହିଞ୍ଜିଳି ବ୍ଲକକୁ ଶ୍ରେଷ୍ଠ ପୁରସ୍କାର

mahabharatanews

ଆଜିଠୁ ଆରମ୍ଭ +୨ ପରୀକ୍ଷା

mahabharatanews

Leave a Comment