ରାଜନୀତି

ସିଏଏକୁ ନୁହେଁ ବିକାଶକୁ ଲୋକେ ପସନ୍ଦ କରିଛନ୍ତି: ମମତା

(କୋଲକାତା): ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ମଙ୍ଗଳବାର ଭୋଟ ଗଣତି ଚାଲିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗୁଆ କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମଧ୍ୟାହ୍ନ ୧ଟା ସୁଦ୍ଧା ଆପ୍ ୫୮ ଆସନରେ ଆଗୁଆ ଥିବା ଦେଖି ଦିଲ୍ଲୀବାସୀ ବିଜେପିକୁ ଗ୍ରହଣ କରି ନ ଥିବା ସେ କହିଥିଲେ । ଦିଲ୍ଲୀବାସୀ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ପୂର୍ବରୁ ମହାରାଷ୍ଟ୍ର ଓ ଝାଡଖଣ୍ଡରେ ମଧ୍ୟ ଲୋକେ ଦଳକୁ ଗ୍ରହଣ କରିନାହାନ୍ତି ବୋଲି ସେ ମତ ଦେଇଥିଲେ । ବିଜେପିକୁ ସର୍ବଦା ସମାଲୋଚନା କରୁଥିବା ମମତା ଆହୁରି କହିଛନ୍ତି ଯେ, ସିଏଏ, ଏନଆରସି ଓ ଏନପିଆରକୁ ମଧ୍ୟ ଦେଶବ୍ୟାସୀ ଗ୍ରହଣ କରିବେ ନାହିଁ । କାରଣ ଏଗୁଡିକ ଆଳରେ ନିର୍ବାଚନରେ ସମର୍ଥନ ହାସଲ କରାଯାଇପାରିବ ନାହିଁ । ବିଜେପି ମିଛ କହି ପ୍ରତିଶୋଧର ରାଜନୀତି କରୁଛି । ଯେଉଁଥି ପାଇଁ ତାକୁ ପରାଜିତ ହେବାକୁ ପଡିଛି । ଦିଲ୍ଲୀରେ କେବଳ ବିକାଶ ହିଁ କାମ କରିବ । କେଜ୍ରିୱାଲଙ୍କ ବିକାଶ ମୂଳକ କାମ ଲୋକଙ୍କ ମନକୁ ପାଇଛି । ବିଜୟ ପାଇଁ କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇଥିବା ବୋଲି ସେ କହିଛନ୍ତି ।

Related posts

ଆରଏସଏସକୁ ତାଲିବାନ ଆତଙ୍କବାଦୀ ସହ ତୁଳନା କଲେ ଦିଗବିଜୟ ସିଂହ

mahabharatanews

ମୋବାଇଲ୍ ରିଚାର୍ଜ ସରିବା ପରେ ଇନକମିଂ କଲ୍ ବନ୍ଦ କରିବା ସମ୍ପୂର୍ଣ୍ଣ ସ୍ୱେଚ୍ଛାଚାରୀ… ସଂସଦରେ ଦାବି କରିଥିଲେ ରାଘବ

mahabharatanews

ପୁଣିଥରେ ଜାତିଭିତ୍ତିକ ଜନଗଣନା ଦାବି

mahabharatanews