Uncategorized

ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଦେଲେ ପ୍ରଶାନ୍ତ କିଶୋର

(ମହାଭାରତ, ନୂଆଦିଲ୍ଲୀ): ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକଜିଟ୍ ପୋଲ୍ର ଅନୁମାନ ସତ୍ୟ ପରିଣତ ହୋଇଛି । ଦିଲ୍ଲୀବାସୀ ପୁଣିଥରେ ଆମ୍ ଆଦମୀ ପାର୍ଟୀ (ଆପ୍) ପ୍ରତି ନିଜର ସମର୍ଥନ ଜଣାଇଛନ୍ତି । ଏନେଇ ଆପ୍ର ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦିଲ୍ଲୀବାସୀ ଭାରତର ଆତ୍ମାକୁ ବିଜୟୀ କରାଇଥିବା ସେ କହିଛନ୍ତି । ଏହାପରେ ପ୍ରଶାନ୍ତ ଆପ୍ର ଦଳୀୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି । ନିକଟରେ ବିଜେପିର ବିହାର ସହଯୋଗୀ ଦଳ ଜେଡିୟୁରୁ ବହିଷ୍କୃତ ହୋଇଥିଲେ । ଏବେ ଦିଲ୍ଲୀ ନିର୍ବାଚରେ ଆପ୍କୁ ଦିଲ୍ଲୀବାସୀ ବିପୁଳ ସମର୍ଥନ ଜଣାଇଛନ୍ତି । ଏଥିପାଇଁ ସେ କହିଛନ୍ତି, ଭାରତର ଆତ୍ମାକୁ ସୁରକ୍ଷିତ ରଖିବା ପାଇଁ ଛିଡା ହୋଇଥିବାରୁ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ । ସୂଚନାଯୋଗ୍ୟ, ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଶାନ୍ତ କିଶୋର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ଆପ୍ ପାଇଁ ସମସ୍ତ ପ୍ରକାରର ରଣନୀତି ପ୍ରସ୍ତୁତ କରିଥିଲେ । ମଙ୍ଗଳବାର ଫଳାଫଳ ପ୍ରକାଶ ପାଇବା ପରେ ଦିଲ୍ଲୀବାସୀ ଆପ୍କୁ ସମର୍ଥନ କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି ।

Related posts

୨୦୨୧ରେ ବିଶ୍ୱରେ ଖାଦ୍ୟାଭାବ ଭୟଙ୍କର ହେବ

mahabharatanews

ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କଲା ଡବ୍ଲୁଏଚଓ

mahabharatanews

ବିନା ରେସନ କାର୍ଡଧାରୀଙ୍କୁ ସହାୟତା ପ୍ରସଙ୍ଗ: ହାଇକୋର୍ଟଙ୍କ କେନ୍ଦ୍ର, ରାଜ୍ୟକୁ ନୋଟିସ୍

mahabharatanews