ଓଡିଶା

ସୈତାନ ଶିକ୍ଷକ: ଏକତରଫା ପ୍ରେମରେ ବିଫଳ ହୋଇ ଛାତ୍ରୀକୁ ହତ୍ୟା ଉଦ୍ୟମ

ଜଲେଶ୍ୱର: ଶିକ୍ଷକ ସାଜିଲେ ସୈତାନ । ଶିକ୍ଷକତା ଭଳି ଅ ।ଦର୍ଶ ବୃତିରେ ଲଗାଇଲେ ପୁଣି କଲଙ୍କର ଛିଟା । ଏକତରଫା ପ୍ରେମ ନିବେଦନ କରି ବିଫଳ ହେବାରୁ ଛାତ୍ରୀଙ୍କ ଗଳା କାଟି ହତ୍ୟା ଉଦ୍ୟମ କଲା ଶିକ୍ଷକ । ଏ ଭଳି ଅଭାବନୀୟ ଘଟଣା ଘଟିଛି ଭୋଗରାଇ ଥାନା ଦେହୁରଦା ଗ୍ରାମରେ ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ବିଶଜିତ (୨୫) ସ୍ଥାନୀୟ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଭାବେ କାମ କରୁଥିଲା । ଗତ ତିନି •ରି ବର୍ଷ ପୂର୍ବରୁ ସେହି ଗାଁର ତ୍ରୀଲୋଚନ ଘଡାଇଙ୍କ ସହିତ ତାର ପାରିବାରିକ ସମ୍ପର୍କ ଗଢିଉଠି ଥିଲା । ଶ୍ରୀଯୁକ୍ତ ଘଡାଇଙ୍କ +୨ ରେ ପାଠ ପଢୁଥିବା ନାବାଳିକା ଝିଅକୁ ଟିଉସନ କରୁଥିଲା ବିଶ୍ୱଜିତ । ଗୁରୁବାର ସନ୍ଧ୍ର୍ୟାରେ ଝିଅ ଘରେ ଟିଉସନ ପଢୁଥିବା ବେଳେ, ଟିଉସନ ସାର ବିଶ୍ୱଜିତ ହଠାତ ତାଙ୍କୁ ବାହାରକୁ ଡାକିଅ ।ଣି ତାଙ୍କ ବେକକୁ ଓ ହାତକୁ ଏକ ଧାରୁଅ । ଅସ୍ତ୍ରରେ କାଟି ହତ୍ୟା ଉଦ୍ୟମ କରିଥିଲା । ଝିଅର ଚିକ୍ରାର ଶୁଣି ପରିବାର ଲୋକେ ଦୌଡିଅ ।ସି ଝିଅକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲା ବେଳେ ବିଶ୍ୱଜିତ ନିଜ ବାଇକ୍ ଘଟଣାସ୍ଥଳରେ ଛାଡି ଫେରାର ହୋଇଯାଇଥିଲା ।

ଛାତ୍ରୀର ସ୍ୱାସ୍ଥ୍ୟାବସ୍ଥା ଅତି ଗୁରୁତର ହେବାରୁ ବାଲେଶ୍ୱର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଭୋଗରାଇ ଥାନାରେ ନାବାଳିକାଙ୍କ ବାପାଙ୍କ ପକ୍ଷରୁ ଏକ ଅଭିଯୋଗ ହୋଇଛି । ଅଭିଯୋଗକୁ ଅ ।ଧାର କରି ଭୋଗରାଇ ପୁଲିସ କେସ୍ ନଂ ୦୨/୨୦୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅନ୍ୟ ପଟେ ଏଭଳି ଘଟଣା ସାଧାରଣରେ ନିନ୍ଦା କରିବା ସହିତ ସୈତାନି ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Related posts

ଖଡ଼ିଆଳ ପୋଲିସ ଦ୍ୱାରା ୧୦ ଟି ଚୋରି ମୋବାଇଲ ଉଦ୍ଧାର

mahabharatanews

୨୦୨୪ରେ ଲୋକସଭା ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ

mahabharatanews

ଅସ୍ତରଙ୍ଗରେ ମଦ ବିରୋଧୀ ସଚେତନତା ଶୋଭାଯାତ୍ରା

mahabharatanews

Leave a Comment