ଓଡିଶାରାଜନୀତି

ମହାନଦୀ ପାଣିକୁ ନେଇ ରାଜନୀତି

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟାକୁ କଲା ନିନ୍ଦା । ମହାନଦୀ ଓଡ଼ିଶାର ହକ୍ । ୯୫ ବର୍ଗ ପରିଧି ଏବଂ ୧୬ ଜିଲ୍ଲାର ଜୀବନ ଧାରା ହେଉଛି ମହାନଦୀ । ମହାନଦୀକୁ ନେଇ ଛତିଶଗଡ଼ ମନମାନି କରିଛି । ବିଜେଡି ସରକାର କିଛି କରି ନାହାଁନ୍ତି କିମ୍ବା ଏ ବିଷୟରେ ଆଲୋଚନାକୁ ଯାଇନାହାଁନ୍ତି ବୋଲି ନୂତନ ସରକାରର ରଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଦେଇଥିବା ବୟାନଯାହା ଜନସାଧାରଣକୁ ବିଭ୍ରାନ୍ତି କରିଛି ବୋଲି ବିଜେଡି କହିଛି । ବାରମ୍ବାର ପ୍ରଧାନମନ୍ତ୍ରୀ ଓ ଜଳ ସମ୍ପଦ ମନ୍ତ୍ରୀ ଓ ଛତିଶଗଡ଼ ସରକାରଙ୍କୁ ନବୀନ ବାବୁ ଚିଠି ଲେଖିଛନ୍ତି ଏବଂ ଆନ୍ଦୋଳନ ବି ହୋଇଛି । ୨୦୦୫ ମସିହାରୁ ୨୦୧୬ ମସିହା ଯାଏଁ ମୁଖ୍ୟଢ଼ନ୍ତ୍ରୀ କେନ୍ଦ୍ରଜଳ ସମ୍ପଦ ମନ୍ତ୍ରୀଙ୍କୁ ଜଣାଇଥିଲେ । ଏବଂ ୪/୭/୧୬ରେ ମହାନଦୀ ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଟ୍ରିବ୍ୟୁନାଲ ବି ଯାଇଛନ୍ତି ବିଜେଡି ସରକାର, ନ୍ୟାୟିକ ରାସ୍ତାରେ ଲଢ଼େଇ କରିଛି ବିଜେଡି । ୧୬ ହଜାର ଅନୁଷ୍ଠାନ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଥିଲେ, ତାଙ୍କୁ ନବୀନ ବାବୁ ନେଇକି ଆଲୋଚନା କରିଛନ୍ତି ।

Related posts

ବିଜେପିରେ ମିଶିଲେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ନାୟକ

mahabharatanews

ଘରେ ଘରେ ଥଣ୍ଡା ଓ ଜ୍ୱର ,ସ୍ୱାସ୍ଥ୍ୟ ବିଭାଗ ତରଫରୁ କରାଯାଉନି ସଚେତନତା

mahabharatanews

ରାଜ୍ୟସରକାରଙ୍କୁ ଓଏମସି ପକ୍ଷରୁ ୧ହାଜର କୋଟିର ଅର୍ଥରାଶି ପ୍ରଦାନ

mahabharatanews