ଓଡିଶା

ସ୍ୱାଦ ପକ୍ଷରୁ ହାତଧୁଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଗୋପ: ପୁରୀ ଜିଲ୍ଲାର ଅଗ୍ରଣୀ ସ୍ୱେ୍ୱଚ୍ଛାସେବୀ ଅନୁଷ୍ଠାନ ସ୍ୱାଦ ପକ୍ଷରୁ ବାତ୍ୟା ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ସ୍ଥାନୀୟ ଲୋକମାନଙ୍କର ସ୍ୱାସ୍ଥ୍ୟ ସଚେତନତାକୁ ନେଇ ଏକ ଅଭିଯାନ ସ୍ୱାଦ ଅନୁଷ୍ଠାନ ଆରମ୍ଭ କରିଛି । ସେଥି ମଧ୍ୟରୁ ସର୍ବ ପ୍ରଥମ ହେଉଛି ମଳତ୍ୟାଗ ଓ ଖାଇବା ଆଗରୁ ନିଜକୁ କିପରି ରୋଗ ଠାରୁ ଦୂରରେ ରଖିହେବ ସେଥିନେଇ ହାତଧୁଆ ପ୍ରଥମ କାର୍ଯ୍ୟ ବୋଲି ସ୍ୱାସ୍ଥ୍ୟ ବିଭାଗର ଡାକ୍ତରମାନେ ମତ ପ୍ରକାଶ କରିଛନ୍ତି । ଏହାକୁ ନଜର କରି ସତ୍ୟବାଦୀ ବ୍ଳକର ରାୟଖଣ୍ଡି ଗ୍ରାମ ପଞ୍ଚାୟତର ଜୟଦୁର୍ଗା ନୋଡାଲ ହାଇସ୍କୁଲ, ଗବକୁଣ୍ଡ, ପରଜାପଡା ପ୍ରୋଜେକ୍ଟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ହାତଧୁଆ ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିଲେ । ସ୍ୱେଛାସେବୀ ଅନୁଷ୍ଠାନର ଅଧିକାରୀ ବିପିନୀ ବିହାରୀ ଷଡଙ୍ଗୀ ଓ ସନ୍ତୋଷ କୁମାର ମିଶ୍ର ଯୋଗଦେଇ ହାତଧୁଆ ସମ୍ପର୍କେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସ୍ନେହାଶିଷ ମିଶ୍ର, ଗଣେଶ ସ୍ୱାଇଁ ହାତଧୋଇବାର ପ୍ରଣାଳୀ ଦେଖାଇଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ମହେଶ୍ୱର ପ୍ରଧାନ, ଶିକ୍ଷୟିତ୍ରୀ ବିଷ୍ଣୁପିୟା ମିଶ୍ର, ମିତାଲି ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ । ନାଏବ ସରପଞ୍ଚଞ୍ଚ ପଫୁଲ ଚନ୍ଦ୍ର ମିଶ୍ର ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ସାଧୁବାଦ ଜଣାଇଥିଲେ । ଶେଷରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଗୋଟିଏ ଗୋଟିଏ ହ୍ୟାଣ୍ଡୱାସ ପ୍ରଦାନ କରାଯାଇଥିଲା ।

Related posts

କରୋନାକୁ ହରାଇ କାର୍ଯ୍ୟରେ ଯୋଗ ଦେଲେ ୨ କରୋନା ଯୋଦ୍ଧା

mahabharatanews

ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

mahabharatanews

ଛାତ୍ରୀଙ୍କ ନାମରେ ରାଗିଂ ଅଭିଯୋଗ ଆଣିଲେ ଛାତ୍ରୀ

mahabharatanews