ଓଡିଶା

ହାତୀପଲ ଘଉଡାଇବାକୁ ଯାଇ ଯୁବକ ଗୁରୁତର

ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ହାତୀପଲଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତକାଲି ବିଳମ୍ବିତ ରାତିରେ ସୁକୃଳି ବ୍ଲକର କାଶୀପାଳ ଗାଁରେ ହାତୀପଲ ଅ ।ତଙ୍କ ଦେଖିବାକୁ ମିଳିଥିଲା । ବେସୁଦେ ନାୟକ, ଗୋବିନ୍ଦ ଚନ୍ଦ୍ର ଗିରି, ଭାସ୍କର ନାୟକ ଆଦିଙ୍କ ଘର ଭାଙ୍ଗିବା ସହିତ ଧାନ ଖାଇ ଦେଇଥିଲେ । କିଛି ସମୟ ପାଇଁ ଗାଁରେ ହାତୀପଲ ଜନ ଜୀବନ ଅସ୍ତବ୍ୟସ୍ତ କରିଦେଇଥିଲେ । ଭାଗ୍ୟ ବଳରେ ଅଳ୍ପକେ ବର୍ତ୍ତିଗଲେ ଗୋଟିଏ ପରିବାରର ସଦସ୍ୟ ।

ବୁଧବାର ସକାଳେ ମହିଳାଶୁଲି ଜଙ୍ଗଲକୁ ୨୨ଟି ହାତୀ ଫେରିଅ ।ସିଥିଲେ । ହାତୀପଲକୁ ଦେଖିବାକୁ ବିଭିନ୍ନ ସ୍ଥାନରୁ ଲୋକମାନଙ୍କର ସୁଅ ଛୁଟିଥିଲା । ସନ୍ଧ୍ୟାରେ କରଞ୍ଜିଅ । ରେଞ୍ଜର ମହିଳାଶୁଲି ଜଙ୍ଗଲରେ୨୨ଟି ହାତୀକୁ ଘଉଡେଇବା ସମୟରେ ତଳେ ପଡି ଜଣେ ଯୁବକ ଗୁରୁତର ହୋଇଯାଇଛନ୍ତି । ହାତୀକୁ ଘଉଡେଇବା ସମୟରେ ହଠାତ୍ ହାତୀପଲ ବୁଲି ପଡିବା ଫଳରେ ଜୀବନ ବଞ୍ଚେଇବା ଉଦ୍ୟମ କରିଥିଲେ ଯୁବକ । ଗୋଟିଏ ଗଭୀର ଗାତକୁ ଡେଇଁବା ସମୟରେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଯୁବକ ଜଣକ ହେଲେ ଖଣ୍ଡିଅ ।ଦର ଗ୍ରାମର ମାଧ ଚନ୍ଦ୍ର ମହାନ୍ତ । ସ୍ଥାନୀୟ ଲୋକମାନେ୧୦୮କୁ ଫୋନ କରି ସୁକୃଳି ଡାକ୍ତରଖାନାକୁ ପଠାଇଥିଲେ । କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଦିଆଯାଇଛି ।

Related posts

ଟାୱାରରୁ ଖସି ଶ୍ରମିକ ଗୁରୁତର

mahabharatanews

ଆଜି ଶ୍ରୀଜିଉଙ୍କ ରାଜପ୍ରାସାଦ ବିଜେ ନୀତି

mahabharatanews

ନଦୀପଠାରେ ଛାତ୍ରୀଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେ

mahabharatanews