ଓଡିଶା

ଟାୱାରରୁ ଖସି ଶ୍ରମିକ ଗୁରୁତର

(ମଧୂସୁଦନ ବହିଦାର/ମହାଭାରତ) ବଲାଙ୍ଗୀର : ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାଧିଆପାଲି ଗ୍ରାମ ନିକଟସ୍ଥ, ବିରମୁଣ୍ଡା ଠାରେ ନିର୍ମାଣଧୀନ ଓପିଟିସିଏଲ ଟାୱାରରୁ ପଡି ଜଣେ ଶ୍ରମିକ ଗୁରତର ହୋଇଛନ୍ତି। ସୂଚନା ଅନୁସାରେ ୨୩/୧୧/୨୦୧୯ ଦିନ୪ ଟା ସମୟରେ ମାଧିଆପାଲି ଗ୍ରାମର ବିହାରୀ ଲାଲ ମିଶ୍ରି ଓ ତାଙ୍କସାଙ୍ଗ ବିଲରୁ ଫେରୁଥିଲେ। ସେହି ସମୟରେ ବିରମୁଣ୍ଡା ଗ୍ରାମ ରାସ୍ତାକଡ଼ରେ ଏକ ନିର୍ମାଣାଧିନ ଟାୱାର ପାଖରେ ଲୋକ ରୁଣ୍ଡ ହୋଇଥିବା ଦେଖିବାକୁ ପାଇଥିଲେ। ସେଠାରେ ପହଁଚି ଜାଣିବାକୁ ପାଇଥିଲେ ଯେ ଜଣେ ଶ୍ରମିକ ଟାୱାର ଉପରୁ ଖସି ତଳେ ପଡି ଛଟପଟ ହେଉଛନ୍ତି। ତାଙ୍କର ପାଟି, କାନନାକ ଓ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେଉଥିଲା। ଶ୍ରମିକ ମାନେ ଘଟଣାସ୍ଥଳରେ ଥିବା ଡିଭିଜନର ଡିଜିଏମ ସୌମେନ୍ଦ୍ର ମହାନ୍ତି ଓ ଏସଡ଼ିଓ ନିରଞ୍ଜନ ପଣ୍ଡାଙ୍କ ସହିତ ଯୁକ୍ତିତର୍କ କରୁଥିଲେ। ଏସଡ଼ିଓ ପଣ୍ଡା ଅନ୍ୟ ଶ୍ରୀମିକ ମାନଙ୍କ ସହମିଶି ତାଙ୍କୁ ଭୀମଭୋଇ ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ପୋଲିସକୁ କୌଣସି ପ୍ରକାର ସୂଚନା ଦିଆନଯାଇ ଚିକିତ୍ସା କରାଯାଉଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ସେ ବୁର୍ଲା ମେଡ଼ିକାଲରେ ପହଞ୍ଚି ନାହାନ୍ତି । ତାଙ୍କୁ ଅଧବାଟରୁ ମୃତ ବା ଜୀବିତ କେଉଁ ଆଡକୁ ନେଇଯାଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିହାରୀ ଲାଲ ମିଶ୍ର । ଏହା ସହ ଆଜି ବଲାଙ୍ଗୀର ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

Related posts

ସୋସିଆଲ ମିଡିଆ ପୋଷ୍ଟରେ ୪ ବିଧାୟକଙ୍କୁ ତାଲା

mahabharatanews

ପୋଲିସ ଜାଲରେ ବାଇକ୍ ଲୁଟେରା

mahabharatanews

କମିଲା ସୁନା ଦର

mahabharatanews