(ମହାଭାରତ, ପୁରୀ): ୟୁକୋ ବ୍ୟାଙ୍କର ସର୍ବଭାରତୀୟ ଅବସରପ୍ରାପ୍ତ କର୍ମଚାରୀଙ୍କ ଏକ ବୈଠକ ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ୟାଙ୍କ କର୍ମଚାରୀମାନେ ଅବସର ପରେ ଲୋକ ସେବାରେ ନିଜକୁ ନିୟୋଜିତ କରୁଥିବାରୁ ସେମାନଙ୍କୁ ବିଧାୟକ ଧନ୍ୟବାଦ ଜଣାଇଥିଲେ । ବୈଠକରେ ପେନସନ ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହୋଇଥିଲା । ଏଥିରେ ୟୁକୋ ବ୍ୟାଙ୍କର ସର୍ବଭାରତୀୟ ସାଧାରଣ ସମ୍ପାଦକ ଦେବନାଥ ଏଥିରେ ଯୋଗ ଦେଇଥିଲେ । ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ସେବକ ରାମଚନ୍ଦ୍ର ଦାସମହାପାତ୍ର ବୈ÷ଠକରେ ଯୋଗ ଦେଇ ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋକପାତ କରିଥିଲେ । ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ୬୦ରୁ ଉଦ୍ଧ୍ୱର୍ ପ୍ରତିନିଧି ଓ ବରିଷ୍ଠ ନାଗରିକମାନେ ଏଥିରେ ଉପସ୍ଥିତ ଥିଲେ । ଏହି ଅବସରରେ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ଆଦିତ୍ୟ ମହାପାତ୍ରଙ୍କ ରଚିତ ପୁସ୍ତକର ଉନ୍ମୋଚନ ହୋଇଥିଲା । ପରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଘର ସମ୍ପାଦକ ଅକ୍ଷୟ କୁମାର ମିଶ୍ର ବୈ÷ଠକରେ ଯୋଗ ଦେଇଥିବା ଅତିଥି ଓ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।
previous post
next post