ଓଡିଶା

ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ

ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ । ଭିତର କାଠ ନିକଟରେ ଖଙ୍କାର ପଡିଥିବାରୁ ଶ୍ରୀଜିଉ ମାନଙ୍କର ବଡ ମହାସ୍ନାନ ନୀତି ହୋଇଛି । ମହାପ୍ରଭୁଙ୍କ ଅବକାଶ ପୂଜା ଶେଷ ପରେ ଭିତର କାଠ ଦର୍ଶନ ଚାଲିଥିବା ବେଳେ ଖଙ୍କାର ପଡିଥିବାରୁ ଦେଖିବାକୁ ମିଳିଥିଲା ପ୍ରାୟ ଘଣ୍ଟାଏ ରୁ ଉର୍ଦ୍ଧ୍ବ ସମୟ ବନ୍ଦ ରହିବ ଜଗନ୍ନାଥ ଦର୍ଶନ । ଶ୍ରୀମନ୍ଦିରରେ ସ୍ୱାଭାବିକ ହେଲା ସର୍ବସାଧାରଣ ଦର୍ଶନ । ବଡ ମହାସ୍ନାନ ନୀତି ଯୋଗୁଁ ପ୍ରାୟ ଦେଢ଼ ଘଣ୍ଟା ବନ୍ଦ ରହିଥିଲା ସର୍ବସାଧାରଣ ଦର୍ଶନ।

ଭିତର କାଠ ନିକଟରେ ଖଙ୍କାର ପଡିଥିବାରୁ ଶ୍ରୀଜିଉ ମାନଙ୍କର ବଡ ମହାସ୍ନାନ ନୀତି ହୋଇଥିଲା। ମହାପ୍ରଭୁଙ୍କ ଅବକାଶ ପୂଜା ଶେଷ ପରେ ଭିତର କାଠ ଦର୍ଶନ ଚାଲିଥିବା ବେଳେ ଖଙ୍କାର ପଡିଥିବାର ଦେଖିବାକୁ ମିଳିଥିଲା। 8 ଟା 26 ରେ ମହାସ୍ନାନ ନୀତି ଲାଗିଥିବା ବେଳେ 9 ଟା 10 ରେ ଧୁଆ ଧୂଇ ହୋଇ ଚୂନ ପଡ଼ିବା ପରେ ପ୍ରାୟ 9 ଟା 50 ବେଳକୁ ମହାସ୍ନାନ ପୂଜା ଶେଷ ହୋଇଥିଲା । ପରେ ସ୍ୱାଭାବିକ ହୋଇଛି ସର୍ବସାଧାରଣ ଦର୍ଶନ।

Related posts

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସରକାରୀ ବାସ ଭବନରେ ମରାମତିରେ ଖର୍ଚ୍ଚ ୩ କୋଟି ୩୯ ଲକ୍ଷ ଟଙ୍କା

mahabharatanews

ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ 2025- 2026

mahabharatanews

ଟ୍ରକ ଧକ୍କାରେ ଯୁବକ ମୃତ

mahabharatanews